ସାରା ବିଶ୍ୱ ଚାଇନା ଭୁତାଣୁ କରୋନା ଦ୍ୱାରା ଆତଙ୍କିତ ହୋଇଥିବା ବେଳେ ଗତ କିଛି ଦିନପୁର୍ବରୁ ଚାଇନା ସୈନିକ ଭାରତର ଲଦଖ ସ୍ଥିତ ଗଲ୍ଓ୍ଵାନ ଭେଲି ଠାରେ ସୈନ୍ୟ ମୁତୟନ କରି ବାରମ୍ବାର ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ଏହିକୁ ନେଇ ଗତକାଲି ସୀମାରେ ଭାରତ-ଚୀନ ସଂଘର୍ଷ ଉଗ୍ର ନେଇଥିଲା ଯାହାଫଳରେ ଭାରତର ୨୦ ଜଣ ବୀର ସୈନିକ ସହିଦ ହୋଇଛନ୍ତି ।
ଚାଇନା ପ୍ରତ୍ୟକ୍ଷରେ ଭାରତ ସହ ଆଲୋଚନା କରୁଥିବା ବେଳେ ପରୋକ୍ଷରେ ଆକ୍ରମଣ କରି ତାର ଦୋମୁହାଁ ନୀତି ପଦରେ ପଡିଛି ବୋଲି ଆଜି ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ବ୍ରହ୍ମପୁର ନଗର ଶାଖା ପକ୍ଷରୁ ଖଲ୍ଲିକୋଟ କଲେଜ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସଭାରେ ରାଜ୍ୟ ସମ୍ପାଦକ *ଶଶୀକାନ୍ତ ମିଶ୍ର କହିଥିଲେ ଏଥି ସହିତ ଚାଇନାକୁ ପରାସ୍ତ କରିବାକୁ ହେଲେ ପ୍ରତ୍ୟେକ ଚାଇନା ବସ୍ତୁ କୁ ବର୍ଜନ କରିବା ପାଇଁ ସମାଜ ର ପ୍ରତ୍ୟକ ବ୍ୟକ୍ତି ସଂକଳ୍ପ ଵଧ ହେବା ଆବଶ୍ୟକତା ଅଛିବୋଲି ମତ ରଖିଥିଲେ , ରାଜ୍ୟ ଉପ ସଭାପତି *ଶିବପ୍ରସାଦତ୍ରିପାଠୀ ଭାରତୀୟ ସେନା ଙ୍କର ମନ ବଳ ବୃଦ୍ଧି କରିବାକୁ ଯାଇ *ଭାରତୀୟାସେନା* *ତୁମଆଗେବଢୋ* *ହମ୍ମ ତୁମ୍ହାରେ ସାଥ ହେ* ର ନାରା ଦେଇଥିଲେ ।
ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ବ୍ରହ୍ମପୁର ଶାଖାର ନଗର ସମ୍ପାଦକ ଚିନ୍ମୟାନନ୍ଦନ ପଟନାୟକ ଚୀନର ଏହି ଘୃଣ୍ୟ କାର୍ଯ୍ୟପାଇଁ *BoycottChina* କୁ ପାଳନ କରିବାକୁ ସମସ୍ତଙ୍କୁ ଅନୋରୋଧ କରିଥିଲେ ଯାହାଫଳରେ ଚୀନ କୁ ପରାସ୍ତ କରାଯାଇପାରିବ ବୋଲି ସଚେତନ କରାଇଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ରେ ନଗର ସହ ସମ୍ପାଦକ ଅନିଲ କୁମାର ଦୋରା , ଚିନ୍ମୟ ରାଉତ, ସାଗର ଦଳାଇ, ଶୁଭ୍ରରଞ୍ଜନ ସାହୁ ,ସମୀର ପ୍ରଧାନ ,ତ୍ରିଲୋକ ସାହୁ, ସୁନୀଲ କୁମାର ପାଣିଗ୍ରାହୀ , ରାଜ କୁମାର ସାହୁ, ଗଣେଶ ଭାଇ ପ୍ରମୁଖ ଯୋଗଦାନ କରି ଚାଇନା ହଟାଓ ଦେଶ ବଞ୍ଚାଓର ନାରା ଦେଇଥିଲା।