Odisha news

ଛତ୍ରପୁର ର ଦୁଇଟି କଲେଜରେ ମୋ କଲେଜ ଅଭିଯାନ ଲୋକାର୍ପିତ

ଛତ୍ରପୁର ୨୧/୩ : ପୂର୍ବରୁ ମୋ ସ୍କୁଲ ଅଭିଯାନ ର ଶୁଭାରମ୍ଭ ହୋଇ କାର୍ଯ୍ୟ ରେ ସଫଳତା ହାସଲ କରିଥିବା ବେଳେ ଆଜି କଲେଜ ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡିବା ଲକ୍ଷ ନେଇ ଆଉ ଏକ ଅଭିନବ କାର୍ଯ୍ୟକ୍ରମ ମୋ କଲେଜ ଅଭିଯାନ ର ଶୁଭାରମ୍ଭ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ କଲେଜ ଅଭିଯାନ ର ଶୁଭାରମ୍ଭ ହୋଇଯାଇଛି । ହାତରେ ହାତ ମିଶାଇ ଏହି ଅଭିଯାନକୁ ସଫଳ କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଛତ୍ରପୁର ମହିଳା ଡିଗ୍ରୀ କଲେଜ ଓ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉପସ୍ଥିତ ରହି ଏହି ଲୋକାର୍ପଣ ଉତ୍ସବରେ ଯୋଗ ଦେଇଥିଲେ ।

ଏଥିରେ ମହିଳା ଡିଗ୍ରୀ କଲେଜର ଅଧ୍ୟକ୍ଷା ଡଃ ସୁମିତା ମିଶ୍ର, ମୋ କଲେଜ ଅଭିଯାନ ର ସଂଯୋଜିକା ତଥା ଅଧ୍ୟାପିକା କବିତା ସାହୁଙ୍କ ସମେତ କଲେଜର ସମସ୍ତ ଅଧ୍ୟାପିକା ଓ କର୍ମଚାରୀ ଏବଂ ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ, ଟି.ଚନ୍ଦ୍ର ଶେଖର ରାଓ, ବି.ରାଜିବାବୁ, ଜି. ପାପା ରାଓ, କିଶୋର ଚନ୍ଦ୍ର ସେନାପତି, ପ୍ରଦୋଷ କୁମାର ବେହେରା, ଅହି ଭୂଷଣ ସାହୁ, ସନମୁଖ ପଟ୍ଟନାୟକ, ଅଟ୍ଟଳ ବିହାରୀପଟ୍ଟନାୟକ, ସରକାରୀ ଓକିଲ ସୁରେଶ ପଣ୍ଡା, ଡମିନାଥ ସାହୁ ଓ କାଳୀ ପ୍ରସାଦ ଦାସଙ୍କ ସମେତ ବହୁ ପୁରାତନ ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

ସେହିପରି ଛତ୍ରପୁର ସରକାରି ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଥିବା ଡଃ ଏପିଜେ ଅବଦୁଲ କଲାମ କନଫେରେନ୍ସି ହଲ୍ ଠାରେ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ମୋ କଲେଜ ଅଭିଯାନ ଲୋକାର୍ପଣ ଉତ୍ସବରେ ବିଧାୟକ ଶ୍ରୀ ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ମୋ କଲେଜ ଅଭିଯାନ ର ସଂଯୋଜିକା ତଥା ଅଧ୍ୟାପିକା ଡଃ ପିଙ୍କି ରାଣୀ ଦେଇ , ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡି,ମହାବିଦ୍ୟାଳୟର ପ୍ରଥମ ଛାତ୍ର ସଂସଦ ର ସଭାପତି ତଥା ବରିଷ୍ଠ ଆଇନଜିବୀ ଗୋକୁଳ ଚନ୍ଦ୍ର ପଣ୍ଡା, ପୁରାତନ ଛାତ୍ର ସଂଘର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟ,ସଂପାଦକ ସମୀର ଆଚାର୍ଯ୍ୟ, ଶିକ୍ଷାବିତ୍ ଚିନ୍ମୟ କୁମାର ଦାଶ ଓ ସୁଧିର କୁମାର ସାହୁ,କମଳ ପଣ୍ଡା ,ଭବାନୀ କାନ୍ତ ସାହୁ , ପ୍ରଶାନ୍ତ କୁମାର ପଣ୍ଡା, ଡି. ଆଦି ନାରାୟଣ ରେଡ୍ଡି,ପ୍ରଫୁଲ୍ଲ କୁମାର ସେନାପତି, ଅରୁଣ ଶତପଥି, ଦିଲ୍ଲୀପ ପଲାଇ, ଇଜୁ ଆମିନ୍ ଖାନ୍ , ସନ୍ତୋଷ କୁମାର ମିଶ୍ର ଓ ପି. ଧର୍ମା ରେଡ୍ଡ୍୍ିଙ୍କ ସମେତ ବୁ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Comments are closed.