Odisha news

ଆସନ୍ତା ୨୪ ତାରିଖରୁ ଛତ୍ରପୁର ରେ ହେବ ବିଜୁ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ; ଆଜି ଲୋଗୋ ଉନ୍ମୋଚିତ

ଛତ୍ରପୁର ୨୧/୩ : ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ଛତ୍ରପୁର ଆୟୋଜିତ ହେବ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଏହାର ଲୋଗୋ ଆଜି ସ୍ଥାନୀୟ ଶିବ କୁମାର ରିଡିଙ୍ଗ ରୁମ୍ ଠାରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି । ଚଳିତ ମାସ ୨୪ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜିଲ୍ଲା ପ୍ରଶାସନର ସହ ଯୋଗ ରେ ବିଜୁ ସ୍ମାରକୀ କମିଟି ଓ ଛତ୍ରପୁର ୟୁରୋ ସ୍କୁଲର ମିଳିତ ଆନୁକୁଲ୍ୟରେ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ । ଏଥିରେ ଗଞ୍ଜାମ ସମେତ ରାଜ୍ୟର ୮ ଗୋଟି ଦଳ ଅଂଶ ଗ୍ରହଣ କରିବେ । ଉଦଘାଟନୀ ଉତ୍ସବରେ ଗଞ୍ଜାମ ଓ କୋରାପୁଟ ଦଳ ମଧ୍ୟରେ ମୁକାବିଲା ହେବ ।

ଆସନ୍ତା ୨୭ ତାରିଖରେ ହେବାକୁ ଥିବା ଫାଇନାଲ ମ୍ୟାଚ ର ବିଜୟୀ ଦଳକୁ ଟ୍ରଫି ସହ ୩୩ ହଜାର ୩୩୩ ଟଙ୍କା ଓ ରନର୍ସ ଦଳକୁ ଟ୍ରଫି ସହ ୨୨ ହଜାର ୨୨୨ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବିଜୁ ସ୍ମାରକୀ କମିଟିର ସଦସ୍ୟ ମାନେ ସୂଚନା ଦେଇଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ – ୨୦୨୧ ର ଲୋଗୋ ଉନ୍ମୋଚନ କରିବା ସହ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଗୁଣଗାନ କରିଥିଲେ । ଛତ୍ରପୁର ଠାରେ ହେବାକୁ ଥିବା ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ କୁ ସଫଳ କରିବା ପାଇଁ ସମସ୍ତେ ସହଯୋଗ କରିବା ନିମନ୍ତେ ବିଧାୟକ ଶ୍ରୀ ବେହେରା ନିବେଦନ କରିଥିଲେ । ଏହି ଅବସରରେ ୟୁରୋ ସ୍କୁଲ ର ମୁଖ୍ୟ ତଥା ଯୁବ ଆଇନଜିବୀ ରଞ୍ଜନ କୁମାର ମହାପାତ୍ର ଯୋଗ ଦେଇ ଛତ୍ରପୁର ଠାରେ ଏପରି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାରୁ ସେ ପ୍ରଶଂସା କରିବା ସହ ଏହି ଟୁର୍ଣ୍ଣାମେଣ୍ଟ ଅନ୍ୟ ପିଢି କୁ ଉତ୍ସାହିତ କରିବ ବୋଲି କହିଥିଲେ ।

ଏହି ଅବସରରେ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଟି. ଚନ୍ଦ୍ର ଶେଖର ରାଓ, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ନବୀନ ଚନ୍ଦ୍ର ବେହେରା, ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ, କୋଷାଧ୍ୟକ୍ଷ ବି. ରାଜିବାବୁ, କ୍ରୀଡାବିତ୍ ଅଜୟ ମହାପାତ୍ର ଓ ରବୀନ୍ଦ୍ର ସାହୁ, ମଝିବଜାର ବଣିକ ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତି, ପୂର୍ବତନ ସାଂସଦ ପ୍ରତିନିଧି ଜି. ପାପା ରାଓ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପିଏନୟୁ କଲେଜ ର ଅଧ୍ୟକ୍ଷ ଡଃ ରାଜେନ୍ଦ୍ର ଦାଶ, ସରକାରୀ ଓକିଲ ମନୋଜ କୁମାର ପାଢୀ, ସାଙ୍ଗଠନିକ (ସାଧାରଣ ସମ୍ପାଦକ) ଡି.ଗଣେଷ ରାଓ, ଯୁବ ସମାଜସେବୀ ଏ.ରାବଣା ରାଓ, ଅଟଳ ବିହାରୀ ପଟ୍ଟନାୟକ, କ୍ରୀଡାବିତ୍ ସିମା ଗୌଡ, ଏ. ଭେଙ୍କଟ ରାଓ ଦୋରା, କମଳ ପଣ୍ଡା, ସରକାରୀ ଓକିଲ ଡମିନାଥ ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟ କୁ କିପରି ସଫଳତାର ସହ ପାଳନ ହେବ ସେଥି ନିମନ୍ତେ କାର୍ଯ୍ୟ କରିବାକୁ କହିଥିଲେ ।

Comments are closed.