Odisha news

ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି  ପ୍ରସ୍ତୁତ କରି ରଖିବାକୁ ଜିଲ୍ଲପାଳଙ୍କ ନିର୍ଦ୍ଦେଶ

0

ଛତ୍ରପୁର,୧୨/୧୦: ଗଞ୍ଜାମ ଜିଲ୍ଲାରେ କୋଭିଡ୍ ପରିଚାଳନା ନିମନ୍ତେ ବିଦ୍ୟାଳୟ ଗୁଡିକରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଓ କୋଭିଡ୍ କେୟାର ହସ୍ପିଟାଲ କରାଯାଇ କୋଭିଡ୍ ସଂକ୍ରମିତ ବ୍ୟକ୍ତି ତଥା କ୍ବାରେଣ୍ଟାଇନ୍ ସେଣ୍ଟର ରୂପେ ବ୍ୟବହୃତ ହେଉଥିଲା  । ଉକ୍ତ ସେଣ୍ଟର ଗୁଡିକ ଅନେକ ଦିନ ହେଲା ବନ୍ଦ ହୋଇ ସାରିଛି  । ସରକାରଙ୍କ ନିର୍ଦ୍ଦେଶ ପାଇବା ମାତ୍ରେ କେଉଁ ସମୟରେ ମଧ୍ୟ ବିଦ୍ୟାଳୟ ଗୁଡିକ ଖୋଲାଯିବ  । ଏଣୁ ବିଦ୍ୟାଳୟ ଗୁଡିକୁ ପୂର୍ବ ପ୍ରସ୍ତୁତ କରି ରଖିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି . । ବିଦ୍ୟାଳୟ ଗୁଡିକରେ ପରିବେଶ ସଫେଇ, ଆବଶ୍ୟକୀୟ ସରଞ୍ଜାମର ମରାମତି, ବୃକ୍ଷରୋପଣ ଓ ରଙ୍ଗ ଦେବାକୁ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ ଓ ସହକାରୀ ଶିକ୍ଷାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।

ବର୍ତ୍ତମାନ କୋଭିଡ୍ ପରିସ୍ଥିତି ଭାରତ ବର୍ଷରେ ଏବଂ ଓଡିଶାରେ ଭଲ ସ୍ତରରେ ପହଞ୍ଚି ନାହିଁ  । ଏଣୁ ବିଦ୍ୟାଳୟ ଖୋଲିବା ବିଳମ୍ବ ହୋଇପାରେ  । ବିଦ୍ୟାଳୟ ଖୋଲିବା ପୂର୍ବରୁ ସେହି ସବୁକୁ ସଜାଡିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ଜିଲ୍ଲାପାଳ ଜଣାଇଥିଲେଯେ ପରିଶ୍ରାଗାର ଓ ବିଦ୍ୟାଳୟ ପରିସର ସଫେଇ କରି ଏହାର ପରିବେଶକୁ ସୌନ୍ଦର୍ଯ୍ୟକରଣ, ବିଦ୍ୟାଳୟରେ ବୃକ୍ଷ ରୋପଣ, ପୁଷ୍ଟିସାର ଜନୀତ ବଗିଚା ସୃଷ୍ଟି କରାନ୍ତୁ  । ବିଦ୍ୟାଳୟରେ ଆବଶ୍ୟକ ପଡୁଥିବା ମରାମତି କାର୍ଯ୍ୟକୁ ସର୍ବଶିକ୍ଷା ଅଭିଯାନରେ ବୈଷୟିକ କର୍ମକର୍ତ୍ତାଙ୍କୁ ନେଇ ତୁରନ୍ତ ମରାମତି କରାଯାଉ  । ଓଡିଶା ଆଦର୍ଶ ବିଦ୍ୟାଳୟ ଗୁଡିକ ମଧ୍ୟ ଏଥିରୁ ଯେମିତି ବାଦ୍ ପଡିବ ନାହିଁ ତାହା ଦେଖିବାକୁ କହିଥିଲେ  । ସମ୍ପ୍ରତି ଶିକ୍ଷକଗଣ ନିଜ ହେଡକ୍ବାର୍ଟରରେ ରହୁ ନଥିବା ନଜରକୁ ଆସୁଛି  । ଏ ଦିଗରେ ସତର୍କ ରୁହନ୍ତୁ  । ପୂଜା ଛୁଟିରେ କୌଣସି ଶିକ୍ଷକ ନିଜ ହେଡକ୍ବାର୍ଟର ଛାଡି ଯିବେ ନାହିଁ  ସେମାନେ ଏହି ସବୁ କାର୍ଯ୍ୟ ପରିଚାଳନା କରିବେ  ।

ବିଦ୍ୟାଳୟ ଗୁଡିକ ଅନେକ ଦିନ ହେଲା ବନ୍ଦ ରହିଥିଲା ଏଣୁ ଶ୍ରେଣୀ ଗୃହରେ ଥିବା ବିଦ୍ୟୁତ୍ ଉପକରଣ ମରାମତି, ଏବଂ ରଙ୍ଗ ଦେଇ ନୂଆରୂପ ଦିଅନ୍ତୁ ଯଦ୍ବାରା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଲେ ବିଦ୍ୟାଳୟ ପରିବେଶ ଦେଖି ଖୁସି ପ୍ରକଟ କରିବେ  । ସେହିଅନୁଯାୟୀ ମିଶନ ମୋଡ୍ ରେ କାର୍ଯ୍ୟ କରିବାକୁ କୁହାଯାଇଥିଲା  । ଦିଦ୍ୟାଳୟକୁ କୋଭିଡ୍ ପରିଚାଳନା ସକାଶେ ଅନେକ ଉପକରଣ ଖଞ୍ଜା ଯାଇଥିଲା  । ସେଗୁଡିକ ସେହି ବିଦ୍ୟାଳୟରେ ହିଁ ବ୍ୟବହୃତ ହେବ  । ସେଗୁଡିକ ଷ୍ଟକ୍ ରେଜିଷ୍ଟରରେ ଚଢାଇ ତାକୁ ବିଦ୍ୟାଳୟର ସମ୍ପତ୍ତି ହିସାବରେ ତାଲିକାଭୁକ୍ତ କରନ୍ତୁ  । ବିଦ୍ୟାଳୟକୁ ସଂଯୁକ୍ତ କରୁଥିବା ରାସ୍ତା ଯଦି ଠିକ୍ ନାହିଁ ତେବେ ଲିଖିତ ଜଣାନ୍ତୁ, ସେହି ରାସ୍ତା ଗୁଡିକୁ ନରେଗା ଯୋଜନାରେ ଉନ୍ନତି କରଣ କରାଯିବ  । ଶିକ୍ଷକ ଶିକ୍ଷୟିତ୍ରୀ ଗଣ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ  । ବିଦ୍ୟାଳୟ ପରିସର ସଫା ଓ ସୁନ୍ଦର ନରହିଲେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଦାୟୀ ରହିବେ  । ପିଲାମାନେ ଯେମିତି ନିଜ ଗୃହ ପାଖାପାଖି ବିଦ୍ୟାଳୟ ପାଇବେ ସେ ଦିଗରେ ଦୃଷ୍ଟି ଦେଇ ଡ୍ରପ୍ ଆଉଟ୍ ଯେମିତି ହେବ ନାହିଁ, ଅଭିଜ୍ଞ ଶିକ୍ଷକଙ୍କୁ ପ୍ରଶିକ୍ଷିତ କରି ଅନ ଲାଇନ୍ ରେ ଶିକ୍ଷା ସକାଶେ ପଦକ୍ଷେପ ଏବଂ ଡିଜିଟାଲ ବୋର୍ଡ ଦ୍ବାରା ଶିକ୍ଷା ବ୍ୟବସ୍ଥା ଯେପରି କରାଯିବ ସେ ଦିଗରେ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ କୁହାଯାଇଥିଲା  । କୌଣସି ଶିକ୍ଷକ ଯଦି କରୋନା ସଂକ୍ରମିତ ହୁଅନ୍ତି ତେବେ ତାଙ୍କ ଗସ୍ତ ଇତିହାସ ବାହାର କରି ସଂପୃକ୍ତ ଶିକ୍ଷକଙ୍କୁ ଦାୟୀ କରାଯିବ  । ନିଜେ ସଂକ୍ରମିତ ହୋଇ ବିପଦକୁ ଟାଣି ଆଣନ୍ତୁ ନାହିଁ ବୋଲି ଜିଲ୍ଲାପାଳ ସମସ୍ତ ଶିକ୍ଷକ ସମାଜକୁ ଜଣାଇଥିଲେ  ।
ବୈଠକରେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାଶ , ସମଗ୍ର ଶିକ୍ଷା ଜିଲ୍ଲା ସଂଯୋଜକ ବନୀତା ସେନାପତି ଏବଂ ସର୍ବଶିକ୍ଷା ଅଭିଯାନର ସଂଯୋଜକ ଗଣ ଉପସ୍ଥିତ ଥିଲେ  ।

Nalco
Leave A Reply