Odisha news

ଗୋପାଳପୁର ବନ୍ଦର ପକ୍ଷରୁ ଆରମ୍ଭ ହେଲା ବାଟଛତ୍ରପୁର ଗାଁ ଶ୍ମଶାନ ସୀମା ପ୍ରଚୀର ନିର୍ମାଣ କାର୍ଯ୍ୟ

0

ଛତ୍ରପୁର,୨୦/୮: ଗୋପାଳପୁର ବନ୍ଦର ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଛତ୍ରପୁର ବ୍ଲକ କଣମଣା ପଞ୍ଚାୟତ ଅଧୀନ ବାଟଛତ୍ରପୁର ଗ୍ରାମର ଶବଦାହ ସ୍ଥଳର ସୀମା ପ୍ରାଚୀର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗୁରୁବାର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ସମାରୋହରେ କଣମଣା ପଞ୍ଚାୟତ ସରପଞ୍ଚ ଏସ୍‌.ଚକ୍ରପାଣି ରେଡ୍ଡୀ, ସମିତି ସଭ୍ୟ ରଶ୍ମିତା ବେହେରା, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ ଭାଗିରଥୀ ବେହେରା, ଗ୍ରାମ୍ୟ କମିଟି ସଭାପତି କାମରାଜୁ ରେଡ୍ଡୀ ଏବଂ ଗୋପାଳପୁର ବନ୍ଦରର ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଗୋପାଳପୁର ବନ୍ଦର ସଂପ୍ରଦାୟ ଏବଂ ଲୋକଙ୍କ ମହତ୍ତ୍ୱ ଉଦ୍ଦେଶ୍ୟରେ ସଦାସର୍ବଦା ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଉପାୟରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବାକୁ ଚେଷ୍ଟା କରିଥାଏ । ଏଥିସହ ଗୋପାଳପୁର ବନ୍ଦର ସିଏସ୍‌ଆର୍ ପ୍ରତିବଦ୍ଧତା ଅନୁଯାୟୀ ଅଞ୍ଚଳର ବିଭିନ୍ନ ସାମାଜିକ କଲ୍ୟାଣ କରି ଆସୁଅଛି ।

Leave A Reply