ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନ୍ଦୁରେଶ୍ୱର ଶୈବପୀଠରେ ମହାଶିବରାତ୍ର ଜଗରଯାତ୍ରା ଉପଲକ୍ଷେ ନାଟ୍ୟ ନିର୍ଦେଶକ ଡ଼ଃ. ଗୌରୀ ଶଙ୍କର ଶତପଥି ଙ୍କ ନାଟ୍ୟ ନିର୍ଦେଶନାରେ “ସ୍ୱାମୀ ମାନେ ସାବଧାନ” ନାଟକ ମଞ୍ଚସ୍ଥ ହୋଇଯାଇଛି। ପ୍ରବଳ ଜନ ସମାଗମ ମଧ୍ୟରେ ଉଦଘାଟନୀ ଉତ୍ସଵ ସଭାପତି ସୁଦାମ ପୁରୋହିତ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା।ସଂମ୍ମାନୀତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ,ସମିତିସଭ୍ୟା, ନାଏବ ସରପଞ୍ଚ,ନିର୍ଦେଶକ ଜୟନ୍ତ ବାବୁ ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହ ନାଟ୍ୟ ନିର୍ଦେଶକ ଡ଼ଃ.ଶତପଥି ଙ୍କୁ ଅଙ୍ଗବସ୍ତ୍ର ଦେଇ ସଂମ୍ମାନୀତ କରିବା ସହ କଳା କ୍ଷେତ୍ରରେ ତାଙ୍କର ଅବଦାନ କୁ ନେଇ ତାଙ୍କୁ ଭୁୟସୀ ପ୍ରସଂଶା କରିଥିଲେ।ସେହିପରି ପ୍ରତ୍ୟେକ କଳାକାର ମାନେ ମଞ୍ଚ ଉପରେ ନିର୍ଦେଶକ ଙ୍କୁ ପୁଷ୍ପ ଗୁଛ ଦେଇ ସଂମ୍ମାନୀତ କରିଥିଲେ।
ସ୍ଥାନୀୟ ଅଞ୍ଚଳର ବଛା ବଛା ଯୁବ କଳାକାର ଙ୍କୁ ନେଇ ନାଟକ ମଞ୍ଚସ୍ଥ ହୋଇଥିଲା। କଳାକାର ମାନଙ୍କ ନିଖୁଣ ଓ ଉଚ୍ଚ କୋଟିର ଅଭିନୟ ଦର୍ଶକ ଙ୍କ ମନ ମୋହିଥିଲା।