Odisha news

ଅଭିଯୋଗ ଶୁଣିଲେ ଜିଲ୍ଲାପାଳ, ଏସପି

0

ଛତ୍ରପୁର ୩/୨: ସ୍ଥାନୀୟ ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଗ୍ରିଭାନ୍ସ ଅଧିକାରୀ ସୈାଭାଗ୍ୟ ଗୈାଡଙ୍କ ସମେତ ବହୁ ଅଧିକାରୀମାନେ ଉପସ୍ଥିତ ରହି ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ବହୁ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଏଥିରେ ବାର୍ଦ୍ଧକ୍ୟ ଭତା ଠାରୁ ଆରମ୍ଭ କରି କାଳିଆ ଯୋଜନା, ରାସନକାର୍ଡ଼, ସ୍ୱାସ୍ଥ୍ୟଗତ ଏବଂ ଗ୍ରାମ୍ୟ ସମସ୍ୟା ପର୍ଯ୍ୟନ୍ତ ୨୩୫ଟି ହିତାଧିକାରୀମାନଙ୍କ ଅଭିଯୋଗ ଶୁଣାଣି ହୋଇଥିଲା । ସେଥି ମଧ୍ୟରୁ ୨୧୩ଟି ବ୍ୟକ୍ତିଗତ ରହିଥିବା ବେଳେ ସାମୁହିକ ୧୨ଟି ରହିଥିଲା । ୨ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପଣ୍ଡରୁ ୩୦ହଜାର ପ୍ରଦାନ କରାଯାଇଥିବା ବେଳେ୮ଜଣଙ୍କୁ ୬୨ହଜାର ଟଙ୍କା ପ୍ରଦାନ କରାଯାଇଥିଲାା ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ବିଇଓ ଅବିନାଶ ଶତପଥୀ, ଅତିରିକ୍ତ ଯୋଗାଣ ଅଧିକାରୀ ଉମେଶ ସ୍ୱାଇଁ, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାଶ, ଜିଲ୍ଲା ସାମାଜିକ ଅଧିକାରୀ ଶୁଭ୍ରାଂଶୁ ମହାରଣା, ଗଂଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ବହୁ ଜିଲ୍ଲାସ୍ତରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply