ବାରିପଦା : ଏକ ଚେକ ବାଉନ୍ସ ମାମଲାର ବିଚାର କରି ବି·ାର ବିଭାଗୀୟ ମାଜିଷ୍ଟ୍ରେଟ୍ ମିସ୍ ଶୋରଣ ବସ୍ତିଆ ଅଭିଯୁକ୍ତ ମିକୁ ମଲ୍ଲିକଙ୍କୁ ଏକଲକ୍ଷ ଟଙ୍କା ଜୋରିମାନା ଓ ୬ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ଓକିଲ ବିନୋଦ କୁମାର ମହାରଣା ମାମଲା ପରିଚାଳନା କରିଥିଲେ । ଘଟଣାରୁ ପ୍ରକାଶ ଯେ, ବାରିପଦା ସହର ସ୍ଥିତ ମଧୁବନ ୱାର୍ଡ ନଂ ୭ ଅଞ୍ଚଳର ମିକୁ ମଲ୍ଲିକ ବାରିପଦା ପୁରୁଣାହାଟି ସାହି ଅଞ୍ଚଳର ବିଶ୍ୱନାଥ ମଲ୍ଲିକଙ୍କ ଠାରୁ ୨୫ହଜାର ଟଙ୍କା ଲେଖାଏଁ ଦୁଇଟି ପୃଥକ ପୃଥକ ଚେକ୍ ଆଣିଥିଲେ । ମାତ୍ର ସେହି ପ୍ରାପ୍ୟ ବାବଦକୁ ଦୁଇଟି ଚେକ୍ ବିଶ୍ୱନାଥଙ୍କୁ ଦେଇଥିଲେ । ଉକ୍ତ ଚେକ ଦୁଇଟି ବାଉନ୍ସ ହୋଇଥିବାରୁ ବିଶ୍ୱନାଥଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯାଇ ମିକୁ ମଲ୍ଲିକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ବୁଧୁବାର ମାମଲାର ଶୁଣାଣୀ କରାଯିବା ସହ ବିଚାରପତି ଅଭିଯୁକ୍ତ ମିକୁ ମଲ୍ଲିକଙ୍କୁ ୬ମାସ କାରାଦଣ୍ଡ ଆଦେଶ ଦେବା ସହ ଏକଲକ୍ଷ ଟଙ୍କାର ଜୋରିମାନା ପୈଠ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।