ଛେଳିଗଡ଼ ଜଳସେଚନ ବିସ୍ଥାପିତଙ୍କୁ ଥଇଥାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଗ୍ରାମବାସୀଙ୍କ ଆଲୋଚନା ଥଇଥାନ ସ୍ଥାନ ପରିଦର୍ଶନ
ରା,ଉଦୟଗିରି -:ଛେଳିଗଡ଼ ଜଳସେଚନ ବିସ୍ଥାପିତଙ୍କୁ ଥଇଥାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଗ୍ରାମବାସୀଙ୍କ ଆଲୋଚନା ଥଇଥାନ ସ୍ଥାନ ପରିଦର୍ଶନ….
-ଗଜପତିଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆର, ଉଦୟଗିରି ବ୍ଲକ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ନିର୍ମାଣ ନିମନ୍ତେ 2005 ମସିହା ରେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ବୁଡି ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ କ୍ଷତି ପୂରଣପ୍ରଦାନ କରାଯାଇଥିବା ବେଳେ ସେମାନଙ୍କୁ ବାସ କରି ରହିବା ନିମନ୍ତେ କେତକ ଗ୍ରାମ ବାସୀଙ୍କୁ ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗୃହ ନିର୍ମାଣ କରି ଯୋଗାଇ ଦିଆଯାଇଥିବା ବେଳେ ବର୍ତମାନ ବିସ୍ଥାପିତଙ୍କ ମଧ୍ୟରେ ଥିବାବିଦ୍ୟାଧରପୁର ଗ୍ରାମର ପ୍ରାୟ 55 ପରିବାର ବାସ କରି ରହିବା ନିମନ୍ତେ ଛେଳିଗଡ଼ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂର ପି ସାଇଲଙ୍ଗ ଗ୍ରାମ ଠାରେ ଦଶ ଏକର ପରିମିତ ଏକ ବିରାଟ ସ୍ଥାନ ଜିଲ୍ଲା ପ୍ରଶାସନ ଯୋଗାଇଦେଇଥିବା ଦେଖିବାକୁ ମିଳିଛି।ସେହି ସ୍ଥାନକୁ ଆଜି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ନିଜ କର୍ମଚାରୀଙ୍କ ସହ ବିଦ୍ୟାଧରପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଙ୍କ ସମେତ ଗ୍ରାମ ମୁଖିଆ ସୀମାଦ୍ରୀ ଭୂୟାଁ, ମନୋରମ ଭୂୟାଁ, ପ୍ରମୋଦ କୁମାର କାର୍ଜି, ସୁରେନ୍ଦ୍ର ଭୂୟାଁ, ଏବଂ ମାନସୀ ଭୂୟାଁ ପ୍ରମୁଖ ବାସ କରି ରହିବାକୁ ଥିବା ସ୍ଥାନକୁ ଯାଇ କେଉଁ ସ୍ଥାନରେ ମନ୍ଦିର, ପାନୀୟ ଜଳ ଏବଂ ଗ୍ରାମ ବାସୀଙ୍କ ନିମନ୍ତେ କୋଠଘର ରହିବ ସ୍ଥାନ ପରିଦର୍ଶନ କରି ଗ୍ରାମ ବାସି ବିଭାଗୀୟ ଅଧିକାରୀଙ୍କୁ ଦେଖାଇଥିଲେ।
[14:32, 17/06/2021] Ganesh Bisoi: ଏହି ପ୍ରକଳ୍ପ 2005 ମସିହାରେ ପ୍ରତିଷ୍ଠା ସମୟରେ 3000 ହେକଟର ଜମିରେ ଜଳ ଯୋଗାଇବା ବ୍ୟବସ୍ଥା ହୋଇଥିବା ଜଣା ପଡିଥିଲା ବେଳେ ଭବିଷ୍ୟତରେ ବିଦ୍ୟୁତ ଉତ୍ପାଦନ ହେବା ଯୋଜନା ଥିବା ପ୍ରକାଶ।ଏହାସହ ଗଞ୍ଜାମ ଜିଲ୍ଲା କୁ ମଧ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହେବ ବୋଲି ବିଭିନ୍ନ ସୂତ୍ରରୁ ପ୍ରକାଶ।ରାଜ୍ୟ ସରକାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଙ୍କ ପ୍ରଚେଷ୍ଟା ଫଳରେ ବିସ୍ଥାପିତ ମାନେ ନିଜ ନିଜ ବାସ ସ୍ଥାନ ଛାଡି ନୂତନ ସ୍ଥାନକୁ ଯାଇ ରହିବା ନିମନ୍ତେ ସଂମତ ପ୍ରକାଶ କରିଥିବା ଗ୍ରାମବାସୀ ଆଜି ପ୍ରକାଶ କରିଛନ୍ତି।ଗ୍ରାମବାସୀ ମାନେ ସମସ୍ତ ସୁବିଧା ପାଇଥିଲେ ମଧ୍ୟ ସେମାନଙ୍କୁ ଚାଷ ଜମିକିଛି ମାତ୍ରାରେ ଯୋଗାଇଲେ ସେମାନେ ଉପକୃତ ହୋଇପରିବେ ବୋଲି ପ୍ରକାଶ କରିଛନ୍ତି।ବର୍ତ୍ତମାନ ଛେଳିଗଡ଼ ପ୍ରକଳ୍ପ ରେ ବିଭିନ୍ନ ସ୍ଥାନରେ ଦ୍ରୁତ ଗତିରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁଥିବା ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ପ୍ରକାଶ କରିଛନ୍ତି।

Comments are closed.