Odisha news

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ, ବ୍ରହ୍ମପୁର ମଣ୍ଡଳ ଏଲ୍.ଆଇ.ସି. ଉନ୍ନୟନ ଅଧିକାରୀ ସଂଘ ପକ୍ଷରୁ ୭୭ ହଜାର ଟଙ୍କା ସହାୟତା

0

ଛତ୍ରପୁର,୨୭/୩ : ସାଂପ୍ରଦିକ କରୋନା ଭୂତାଣୁ ଦ୍ୱାରା ଦେଖା ଦେଇଥିବା ସାମାଜିକ ଦୁର୍ଦ୍ଦିନରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଯଥାଶକ୍ତି ଅର୍ଥରାଶି ସହାୟତା କରିବାକୁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଦେଶ ଓ ରାଜ୍ୟର ବିପଦ ସମୟରେ ଆମେ ସମସ୍ତେ ସାହାର୍ଯ୍ୟର ହାତ ବଢାଇବା ଆବଶ୍ୟକ ବୋଲି ଆମେ ଅନୁଭବ କରୁଛୁ । ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ମଣ୍ଡଳ ଏଲ୍.ଆଇ.ସି. ଉନ୍ନୟନ ଅଧିକାରୀ ସଂଘ ନିଜର ସାମାଜିକ ଦାୟିତ୍ୱକୁ ଗୁରୁତ୍ୱର ସହ ଚିନ୍ତା କରି ମୁଖ୍ୟମନ୍ତ୍ରୀ ଲିଲିଫ୍ ପାଣ୍ଠିକୁ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ୭୭ ହଜାର ଟଙ୍କା ସହାୟତା କରିଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶରତ କୁମାର ପାତ୍ରଙ୍କୁ ୭୭ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଆବଶ୍ୟକ ପଡିଲେ ବ୍ରହ୍ମପୁର ମଣ୍ଡଳ ଏଲ୍.ଆଇ.ସି. ଉନ୍ନୟନ ଅଧିକାରୀ ସଂଘ ସହାୟତାର ହାତ ବଢାଇବାକୁ ସଙ୍କଳ୍ପ ବଦ୍ଧ ବୋଲି ସଂଘର ସଭାପତି କେ.ଗୋପାଳ କ୍ରିଷ୍ଣା ନାଇଡୁ ଓ ସାଧାରଣ ସଂପାଦକ ପ୍ରଭାକର ନାହାକ କହିଛନ୍ତି । ଏଥିସହ କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଜନସାଧାରଣଙ୍କୁ ସରକାରଙ୍କ ନିଦେ୍ର୍ଦଶକୁ ପାଳନ କରି ଅପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ କୌଣସି ଜରୁରୀ ନଥିଲେ ଘରୁ ନବାହାରିବା ପାଇଁ ଅନୁରୋଧ କରିଛନ୍ତି ।

Leave A Reply