Odisha news

ଅନାଥ ଭାଇ ଭଉଣୀଙ୍କୁ ସାହା ହେଲା ଛତ୍ରପୁର ୟୁରୋ କିଡ଼ସ ଶିକ୍ଷା ଅନୁଷ୍ଠାନ

0

ଛତ୍ରପୁର  ୧୪/୮:ଆର ପାରିକୁ ପ୍ରଥମେ ଚାଲି ଗଲା ବାପା l  ତାପରେ ଏଇ କିଛି ଦିନ ତଳେ ମାଆ ଚାଲିଗଲେ l ଅନାଥ ଭାଇ ଭଉଣୀଙ୍କ ମୁଣ୍ଡ   ଉପରେ ଛିଡି ପଡିଲା ଦୁଃଖ ର ପାହାଡ଼  l  ଏପରି ଘଡି ସଂଦି ମୁହୂର୍ତ ରେ  ଅନାଥ ଭାଇ ଭଉଣୀ ଙ୍କୁ ସାହା ହେଲେ ଛତ୍ରପୁର ର ୟୁରୋ କିଡ଼ସ ସ୍କୁଲ l ତାଙ୍କ ନିମନ୍ତେ ଦେବଦୁତ ଭଳି ସାଜିଲା  ଏହି ଶିକ୍ଷା ଅନୁଷ୍ଠାନ l ଏବେ  ବି ବଞ୍ଚି ରହିଛି ମାନବିକତା । ମନୁଷ୍ୟ ଯେତେ ନିଷ୍ଟୁର ଓ କଠୋର ହେଲେ ସୁଦ୍ଧା ହୃଦୟରେ ତାର କୋମଳତା ଭରି ରହିଥାଏ । ଆଉ ଆବଶ୍ୟକ ବେଳେ ମଣଷ ପଣିଆ ଆପେ ଆପେ ବାହାରିଆସେ । ସେଥିପାଇଁ ତ ମନୁଷ୍ୟ ଜୀବନ ଶ୍ରେଷ୍ଠ ଜୀବନ ଅଟେ ।

ଏହାର ଏକ ଉଦାହରଣ ସୃଷ୍ଟି କରିଛି ଶକ୍ତି -ଏଜୁକେସନ ଏଣ୍ଡ  ଚାରି ଟେବୁଲ ଟ୍ରଷ୍ଟ ଆନୁକୁଲ୍ୟ ରେ ଥିବା ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଟାନ ୟୁରୋ କିଡସ  ସ୍କୁଲ ।  ଛତ୍ରପୁର ବ୍ଲକ ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମ  ପୋଲାଙ୍ଗ ସାହି ର ଏକ ପରିବାର ଅସହାୟ ହୋଇ ପଡିଛି l ଗତ ୫ ବର୍ଷ ହେଲା ବାପା ଆରପାରିକୁ ଚାଲିଯାଇଥିଲେ । ଆଉ ଏବେ କିଛି ଦିନ ହେଲା ମାଆ ବି ଚାଲିଗଲେ ଆରପାରିକୁ । ଏବେ ପରିବାର କହିଲେ କେବଳ ଦୁଇ ଝିଅ ଓ ଗୋଟିଏ ପୁଅ ।  ଘର ପାଖରେ ଏକ ଚା ଦୋକାନ ମାଧ୍ୟମରେ ଚଳୁଥିଲା ତାଙ୍କ ପରିବାର । ଏବେ ବାପା ମାଆ  ଙ୍କ ବିୟୋଗ ପରେ ଭାଙ୍ଗି ପଡିଛି ଏହି ପରିବାର । ପରିବାର ର ବୋଝ ଏବେ ଘରର ବଡ ଝିଅଙ୍କ ଉପରେ ।

ସୁନ୍ଦରପୁର ଏହି ପରିବାର କୁ ଶନିବାର  ଶକ୍ତି-  ଏଜୁକେସନ ଏଣ୍ଡ   ଚାରି ଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ଥିବା ଛତ୍ରପୁର ସହରର ୟୁରୋ କିଡସ  ସ୍କୁଲ ପକ୍ଷରୁ  ୩୦ ହଜାର ଟଙ୍କା ସହାୟତା ରାଶି ଓ କିଛି ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା । ୟୁରୋ କିଡସ  ସ୍କୁଲ ର ପରିଚାଳନା ନିର୍ଦ୍ଦେଶକ ପି.  ଅନିଲ କୁମାର  ରେଡ୍ଡି ଓ ଭଗବାନ ସ୍ୱାଇଁ ଆଜି ସୁନ୍ଦରପୁର ରେ ପହଁଚି ଏହି ଅସହାୟ ପରିବାର କୁ ଭେଟି ସେମାନଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।  ତେବେ ୟୁରୋ କିଡସ ସ୍କୁଲ ର ଏହି ମହତ୍ୱପୁର୍ଣ୍ଣ କାର୍ଯ୍ୟ କୁ  ସ୍ଥାନୀୟ ବାସିନ୍ଦା  ଏବଂ  ଛତ୍ରପୁର ଆଖପାଖ ଅଂଚଳ ର ବୃଦ୍ଧିଜୀବି ମାନଙ୍କ ପକ୍ଷରୁ ଭୁରି ଭୁରି ପ୍ରଶଂସା କରାଯାଇଛି l ପୂର୍ବରୁ ମଧ୍ୟ ଏହି ଶିକ୍ଷା ଅନୁଷ୍ଠାନ ପକ୍ଷରୁ ବହୁ ସାମାଜିକ କାର୍ଯ୍ୟ କରାଯାଇଛି l କରୋନା ଭୁତାଣୁ କବଳରୁ କିପରି ଲୋକମାନେ ଦୁରେଇ ରହିବେ ସେଥି ନିମନ୍ତେ ଛତ୍ରପୁର ଅଂଚଳ ର ବିଭିନ୍ନ ଗାଁ କୁ ଗାଁ ଯାଇ ଲୋକଙ୍କୁ ସଚେତନତା କରାଯିବା ସହ ଜିଲ୍ଲାପାଳ ଙ୍କ ପଞ୍ଚସୂତ୍ରରୁ ନିୟମ ମାନି ଘରେ ସୁରକ୍ଷିତ ରହିବାକୁ  ଅନୁରୋଧ କରାଯାଇଛି l

Nalco
Leave A Reply