ଛତ୍ରପୁର ୧୨/୧୨ : ଛତ୍ରପୁର ମେନ ରୋଡ଼ ଠାରେ ଥିବା ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ – ୨ ତରଫରୁ ମଙ୍ଗଳବାର ଏକ ମୁଦ୍ରା ଓ ନୋଟ ବିନିମୟ ମେଳା ଅନୁଷ୍ଠିତ ହୋଇଥିଲା।ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ନିର୍ଦ୍ଦେଶ କ୍ରମେ ଛତ୍ରପୁର ମଝିବଜାର ଠାରେ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ – ୨ ଶାଖା ପରିଚାଳକ ନଳନୀ ରଞ୍ଜନ ସାହୁ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସ୍ଥାନୀୟ ଜନସାଧାରଣଙ୍କ ଠାରୁ ଅଚଳନ୍ତି ମୁଦ୍ରା ଓ ପୁରୁଣା ଚିରା ଫଟା ନୋଟ ନେଇ ପ୍ରତି ବଦଳରେ ସେମାନଙ୍କୁ ନୂତନ ଟଙ୍କା ପ୍ରଦାନ କରିଥିଲେ। ଯାହା ଫଳରେ ବହୁ ଲୋକଙ୍କ ନିକଟରେ ଥିବା ଅଚଳ ପୁରୁଣା ନୋଟ ଓ କଏନ୍ ଅଦରକାରୀ ହୋଇ ପଡ଼ିଥିବା ବେଳେ ଏହି ମେଳା ଦ୍ୱାରା ସେସବୁ ଆଜି ସଚଳ ହୋଇପାରିଛି।ଯାହା ଫଳରେ ଅଚଳ ନୋଟକୁ ନେଇ ଆଶା ଛାଡ଼ି ଦେଇଥିବା ବହୁଲୋକ ଆଜି ଉପକୃତ ହୋଇପାରିଛନ୍ତି। ସେଠାରେ ଲମ୍ବା ଲାଇନ ଲଗାଇ ଅନେକ ଲୋକ ସେମାନଙ୍କ ନୋଟ ବଦଳାଉଥିବା ଦେଖିବାକୁ ମିଳିଥିଲା ।ଗୋଟାଏ ଦିନରେ ମୋଟ ୨ ଲକ୍ଷ ୧୦ ହଜାର ଟଙ୍କାର ବଦଳି କରାଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି l ଆଗାମୀ ଦିନରେ ମଧ୍ୟ ବ୍ଲକର କେତେକ ସ୍ଥାନରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।