Odisha news

ଛତ୍ରପୁର : ଘରୋଇ ସଙ୍ଗରୋଧ ରେ ଥିବା ଯୁବକଙ୍କ ଆତ୍ମ ହତ୍ୟା

0

ଛତ୍ରପୁର, ୧୩।୬-  ଛତ୍ରପୁର ବ୍ଲକ୍ ପୋଟଲାମପୁର ଗ୍ରାମପଂଚାୟତ ଅନ୍ତର୍ଗତ ମୁନିସିପେଣ୍ଠ ଗ୍ରାମରେ ହୋମ୍ କ୍ୱାରେନଟାଇନ୍ ରେ ଥିବା ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପୁଲିସ କହିବା ଅନୁସାରେ ଯୁବକଙ୍କ  ନାମ  କାହ୍ନୁ ଚରଣ ବେହେରା, ବୟସ ୨୩ ବର୍ଷ ବୋଲି ଜଣାପଡ଼ିଛି । ଲକ୍ ଡାଉନ୍ ପୂର୍ବରୁ ସେ କେରଳରୁ ଯାଜପୁରକୁ ଆସି ସେହି ଅଚଂଳରେ କାର୍ଯ୍ୟ କରୁଥିଲେ । ଗତ ୮ ତାରିଖ ଦିନ ସେ ଯାଜପୁରରୁ ମୁନିସିପେଣ୍ଠକୁ ଆସିଥିବା ବେଳେ ତାକୁ ହୋମ୍ କ୍ୱାରେନ୍ ଟାଇନ୍ ରେ ରହୁଥିଲା । ତାଙ୍କ ପରିବାର ଲୋକ ତାଙ୍କ ଠାରୁ ଅଲଗା ରହୁଥିବା ବେଳେ ସେ ଏକ ସ୍ୱତନ୍ତ୍ର କୋଠରୀରେ ସଙ୍ଗରୋଧ ଭାବେ ରହୁଥିଲେ ।

କୌଣସି କାରଣ ନେଇ ସେ ଆଜି ପାହାନ୍ତିଆ ୩ଟାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିଲା । ଏହା ଦେଖି ପରିବାର ଲୋକେ ଛତ୍ରପୁର ଥାନା ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ଛତ୍ରପୁର ମେଡ଼ିାକଲକୁ ଆଣିଥିଲେ । ପରେ ତାଙ୍କୁ ବ୍ରହ୍ମପୁର ପଠାଯାଇଥିଲା । ଛତ୍ରପୁର ପୁଲିସ ୧୭/୨୦ ୨୦ ରେ  ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏହାର ତଦନ୍ତ କରୁଥିବା ଥାନାର ପକ୍ଷରୁ ଜଣାପଡ଼ିଛି । ସୂଚନା ଥାଉ କି ଯେ ମୃତ ଯୁବକଙ୍କ ନିଜ ଘର ଗଞ୍ଜାମ ଜିଲ୍ଲାର  ଖଲିକୋଟ ବ୍ଲକ କମଣ୍ଡ ଗ୍ରାମ ବୋଲି ଜଣାପଡ଼ିଛି । ସେ ତାଙ୍କର ପରିବାର ମିଶି ଗତ କିଛି ବର୍ଷ ହେଲା ତାଙ୍କ ମାମୁଁ ଘର ମୁନିସିପେଣ୍ଠ ଗ୍ରାମରେ ରହି ଆସୁଥିଲେ ।

Leave A Reply