Odisha news

ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ମିଳିତ ଚଢଉରେ ୯୦୪ ଲିଟର ଭାଟିରନ୍ଧା ମଦ,୧୨୩୬୦ ଲିଟର ଗୁଡ ମିଶ୍ରିତ ପୋଚ ମଦ ଜବତ : ୯ ଗିରଫ

0

ଛତ୍ରପୁର,୧୧/୮: ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଧରପଗଡ କରାଯାଇଛି । ଅବକାରୀ ଉପଅଧୀକ୍ଷକ ଅଭିରାମ ବେହେରା ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ମିଳିତ ଚଢଉରେ ୯୦୪ ଲିଟର ଭାଟିରନ୍ଧା ମଦ,୧୨୩୬୦ ଲିଟର ଗୁଡ ମିଶ୍ରିତ ପୋଚ ମଦ ଜବତ ସହ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି ।

ଆସିକା ଅବକାରୀ ଷ୍ଟ୍ରାଇକିଂ ଫୋର୍ସ, ଅବକାରୀ ଓ ପୁଲିସ ଏବଂ ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଆସିକା ଅଞ୍ଚଳର ବାଲିସିରା, କମାଗଡ ଏବଂ ଲଣ୍ଡାଜୁଆଳିରେ ଚଢଉ ହୋଇଥିବା ନେଇ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି ।

IEC 2 years
Leave A Reply