Odisha news

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ଦୁଇ ସରପଞ୍ଚ: ଘଡଘଡାପଲ୍ଲୀ ଗ୍ରାମ ଏବଂ ନରେନ୍ଦ୍ରପୁର ପଂଚାୟତ ସଟ ଡାଉନ ଘୋଷଣା

0

ଛତ୍ରପୁର, ୧୩।୬-   ସାରା ଦେଶ ଏବେ କରୋନା ଭଳି ମହାମାରି ସହ ଲଢେଇ କରୁଛି । ସାରା ଦେଶ କୁ କରୋନା ଦାଉରୁ ରକ୍ଷା କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଦିନ ରାତି ଏକ କରି କାର୍ଯ୍ୟ କରିଆସୁଛନ୍ତି । ଏହି ପରପ୍ରେକ୍ଷୀରେ ରାଜ୍ୟ ର ସମସ୍ତ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରି ପୂର୍ବରୁ  ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ।ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର  ଏବଂ  ନରେନ୍ଦ୍ର ପୁର ଗ୍ରାମ ପଂଚାୟତ ର ସରପଂଚ ନିଜ ଅଞ୍ଚଳର ଲୋକଙ୍କୁ ଏହି ମହାମାରି ରୁ ରକ୍ଷା କରିବା ପାଇଁ  ଆଜିଠୁ  ୫ ଦିନ ପାଇଁ ସଟଡାଉନ ଘୋଷଣା କରି ଜିଲ୍ଲାପାଳଙ୍କ କ୍ଷମତା ର ବ୍ୟବହାର କରିଛନ୍ତି ।

ସଂକ୍ରମଣରୁ ନିଜ ଅଂଚଳର ବାସିନ୍ଦାଙ୍କୁ ରକ୍ଷା କରିବା ପାଇଁ ଦୁଇ ସରପଂଚ ୫ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।ଶ୍ରୀରାମପୁର ଗ୍ରାମ ପଂଚାୟତ ର ସରପଞ୍ଚ ରେବତୀ ପ୍ରଧାନ  ଘଡଘଡାପଲ୍ଲୀ ଗ୍ରାମକୁ ପାଞ୍ଚ ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି  l ଏହା ସହ ଗ୍ରାମକୁ ସଂଯୋଗ ଥିବା ସମସ୍ତ ପ୍ରବେଶ ପଥ କୁ ମଧ୍ୟ ସିଲ କରାଯାଇଛି ଏବଂ   ଗ୍ରାମର କୌଣସି ଲୋକ ବାହାରକୁ ନଯିବା ପାଇଁ ସେ କହିଛନ୍ତି l ଏହା ସହ ପଂଚାୟତର ସମସ୍ତ ଗ୍ରାମକୁ ଧେଣ୍ଡୁରା ମାରି ସଚେତନ କରିବା ସହ ସମସ୍ତେ ସୁରକ୍ଷିତ ରହିବା ନିମନ୍ତେ ସରପଂଚ ଶ୍ରୀମତୀ ପ୍ରଧାନ କହିଛନ୍ତି ।

ସୂଚନା ଯୋଗ୍ୟ ଯେ ପୂର୍ବରୁ ଘଡ଼ଘଡ଼ାପଲ୍ଲୀ ଗ୍ରାମର ୫ଜଣଙ୍କ ବ୍ୟକ୍ତିଙ୍କର ସ୍ୱାବ୍ ଟେଷ୍ଟ କରିବା ନିମନ୍ତେ ପଠାଯାଇଥିବା ବେଳେ ଗତକାଲି ୩ଜଣଙ୍କ ପଜିଟିଭ୍ ଥିବା ଜଣାପଡ଼ିଥିଲା । ଏନେଇ ଗତକାଲି ବିଳମ୍ବିତ ରାତିରେ ପ୍ରଶାସନ ପକ୍ଷରୁ ଘଡ଼ଘଡ଼ାପଲ୍ଲୀ ଗ୍ରାମକୁ ସିଲ୍ କରିବା ସହ ସମସ୍ତ ଲୋକଙ୍କୁ ବାହାରକୁ ନବାହାରିବା ନିମନ୍ତେ ପ୍ରଶାସନ ଅଧିକାରୀମାନେ ଲୋକ ମାନଙ୍କୁ ସଚେତନା କରିଥିଲେ । ଏଥିରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଅତିରିକ୍ତ ତହସିଲଦାର ଜଶ୍ମିନ ପ୍ରଧାନ, ଛତ୍ରପୁର ବିଡିଓ ତଥା ଏପିଡି ଅମ୍ବିକା ପ୍ରସାଦ ଦାସ, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଓ ତାଙ୍କ ଟିମ୍ ଏବଂ ଚମାଖଣ୍ଡି ଥାନା ଅଧିକାରୀ ସୀତଂଶୁ ଶେଖର ମାନ୍ଦାତା ପ୍ରମୁଖ ଉପସ୍ଥିତ ଥିଲେ । ଶନିବାର ଏହାର ସୁଚନା ପାଇ ଶ୍ରୀରାମଚନ୍ଦ୍ରପୁର ସରପଂଚ ରେବତୀ ପ୍ରଧାନ, ନୋଡାଲ୍ ଅଫିସର ତଥା ଚମାଖଣ୍ଡି ଆରଆଇ ସ୍ୱପ୍ନେଶ୍ୱର ପାଳ, ଅଙ୍ଗନବାଡ଼ି କର୍ମୀ ଗାୟତ୍ରୀ ମହାନ୍ତି, ଅଶାକର୍ମୀ ଦମୟନ୍ତି ସାହୁ, ଗ୍ରାମ କମିଟି ସଭାପତି ଡି. ରାଜା ରାଓ ପାତ୍ର, ସାମାଜିକ କର୍ମୀ ଜି. ଦିଲେଶ୍ୱର ରେଡ୍ଡି, ଲିଙ୍ଗରାଜ ପ୍ରଧାନ, ଜିଆରଏସ୍ ଦାମୋଦର ସାହୁ, ନାୟବ ସରପଂଚ ଏମ୍‌. ରଘୁନାଥ ରେଡ୍ଡି, ୱାର୍ଡ ମେମ୍ବର ପି. କ୍ରିଷ୍ଣା ପ୍ରମୁଖ ଯାଇ ଲୋକମାନଙ୍କୁ ସଚେତନା କରିବା ସହ ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଲୋକମାନେ କିପରି ସୁରକ୍ଷିତ ରହିବେ ସେଥି ନିମନ୍ତେ ସମସ୍ତ କାର୍ଯ୍ୟ କରୁଛନ୍ତି ।

Nalco

Leave A Reply