Odisha news

ଦକ୍ଷତା ବୃଦ୍ଧି ଲାଗି ତାଲିମ ଶିବିର

0

ଛତ୍ରପୁର,22/6: ସ୍ଥାନୀୟ ଜଉଗଡ଼ ସମ୍ମିଳନୀ କକ୍ଷ ରେ ଗୁରବାର ମିଶନ ଶକ୍ତି ଗ୍ରୁପ ର କାର୍ଯ୍ୟ ଦକ୍ଷତା ବୃଦ୍ଧି ଲାଗି ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ନୀଳ ମାଧବ ଭୋଇଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଜି. ପାପା ରାଓ ଯୋଗ ଦେଇଥିଲେ l ମୁକ୍ତା ଯୋଜନା ର ରାଜ୍ୟ ରୁ ଦୁଇ ଜଣ ତାଲିମ ଦାତା ଆସି ତାଲିମ ପ୍ରଦାନ କରିଥିଲେ l ଏସ ଏଚ ଜି ମହିଳା ମାନେ ସମସ୍ତ କାମକୁ ଯେପରି ସୁଚାରୁ ରୂପେ ସମ୍ପାଦନ କରିପାରିବେ ସେନେଇ ତାଲିମ ପ୍ରଦାନ କରାଯାଇଥିଲା l ୱାର୍ଡ କୋର୍ଡିନେଟର ମାନେ ନିଜ ନିଜ ୱାର୍ଡରେ କିପରି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିପାରିବେ ସେନେଇ ତାଲିମ ପ୍ରଦାନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମ ଜିତ ସାହୁ ପରିଚାଳନା କରିଥିଲେ l ଏହି ତାଲିମ ଶିବିର ରେ ଛତ୍ରପୁର ଏନଏସି ର ସମସ୍ତ ୱାର୍ଡ କାଉନସିଲର, ମିଶନ ଶକ୍ତି ର ମା ଏବଂ ଷ୍ଟାପ ମାନେ ଉପସ୍ଥିତ ଥିଲେ

Leave A Reply