Odisha news

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମେଟ୍ରିକ ପରୀକ୍ଷାର ସମ୍ଵର୍ଦ୍ଧନା ଉତ୍ସବ ପାଳିତ

0
ଛତ୍ରପୁର,14/6-  ସ୍ଥାନୀୟ ଶ୍ରୀରାମ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ  ମାଟ୍ରିକ ପରୀକ୍ଷାରେ ଏ -1 ରଖିଥିବା  ବିଦ୍ୟାଳୟରେ ତଥା ଛତ୍ରପୁର  ଏନଏସି ରେ  ଟପ୍ପର  ହୋଇଥିବା  ଛାତ୍ରୀ  ଅନୁଶ୍ରୀ ସାହୁଙ୍କୁ ଵିଦ୍ୟାଳୟର ପରିଚାଳନା ସମିତି ଓ ଗୁରୁଜୀ ଗୁରୁମାଙ୍କ ଉପସ୍ଥିତିରେ ସମ୍ବର୍ଦ୍ଦିତ କରାଯାଇଛି ।  ଉକ୍ତ ଉତ୍ସବରେ ସଭାପତି ଶ୍ରୀଯୁକ୍ତ ଉପେନ୍ଦ୍ର ମହାନ୍ତି ସଭାପତିତ୍ୱ କରିଥିବାବେଳେ ପ୍ରଧାନାଚାର୍ଯ୍ୟ  ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିଲେ । ସଂପାଦକ ତଥା ଓଡିଶା ହାଇକୋର୍ଟର ଆଇନଜୀବୀ  ପଦ୍ମ ଚରଣ ସାହୁ, ଉପସଭାପତି ଶ୍ରୀମତୀ ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଦସ୍ୟା ସୁନୀତା ସେଠୀ  ଏବଂ ଵିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା , ସେବକ, ସେବିକା ଉପସ୍ଥିତ ରହି ଶିଶୁ ଭଉଣୀଙ୍କୁ ଆଶୀର୍ବାଦ ପ୍ରଦାନକରିଥିଲେ । ଛାତ୍ରୀ  ଅନୁଶ୍ରୀ ଭବିଷ୍ୟତରେ ଜଣେ ଆଇଏଏସ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

Leave A Reply