Odisha news

ନିଜ ଦାବୀ ପୂରଣ କରିବା ଭିନ୍ନ ତରିକା ଆପଣେଇଲା ଗଞ୍ଜାମ ଜିଲ୍ଲା ମିଳିତ ମଞ୍ଚ, ତାରାତାରିଣୀ ପୀଠ ରେ ଦୀପ ଲଗାଇ ଗୁହାରି କଲେ,ସେପଟେ କର୍ମଚାରୀ ଶୂନ୍ୟ କାର୍ଯ୍ୟାଳୟ, ସେବାରୁ ବଞ୍ଚିତ ହିତାଧିକାରୀ,

0
ଛତ୍ରପୁର,  ୧୩/୦୬   : ୪୨୦୦ଟଙ୍କା ଗ୍ରେଡ ପେ’ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ଚଳିତମାସ ୧ ତାରିଖରୁୁ ରାଜ୍ୟବ୍ୟାପୀ ଅମଲା ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ    ୧୩ ଦିନରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲା ମିଳିତ ଅମଲା ମଞ୍ଚ ଅଧିନରେ ଥିବା  ହଜାର ହଜାର ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଜାରି ରଖିଛନ୍ତି ।ମଙ୍ଗଳବାର  ଆନ୍ଦୋଳନ କୁ  ୧୩  ଦିନ ହୋଇଥିବା ବେଳେ ନିଜ ଦାବୀ ପୂରଣ କରିବା ପାଇଁ ଭିନ୍ନ ତରିକା ଆପଣେଇଲେ ଗଞ୍ଜାମ ଜିଲ୍ଲା ମିଳିତ ଅମଲା ମଞ୍ଚ,
 ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଶକ୍ତିପୀଠରେ ୪୨୦୦ ଗ୍ରେଡ଼ ପେ ପାଇଁ  ୪୨୦୦  ଦୀପ ଲଗାଇ ନିଜ ଦାବୀ ପୂରଣ କରିବା ପାଇଁ ମାଙ୍କ ନିକଟରେ ଗୁହାରି କରିଛନ୍ତି । ପରେ ସେମାନେ ଛତ୍ରପୁର ଆସି ନିଜ ଧାରଣା ଜାରି ରଖିଥିଲେ ।
ଗତ ବୁଧବାର ସଚିବାଳୟ ଠାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଓଡିଶା ମିଳିତ ଅମଲା ମଞ୍ଚ ପ୍ରତିନିଧିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ଷ ବାହାରି ନଥିବାରୁ ଗଞ୍ଜାମ ଜିଲ୍ଲାର ଧାରଣାରତ ଅମଲାଙ୍କ ମତାମତ ନିଆଯାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗଞ୍ଜାମ ମିଳିତ ଅମଲା ମଞ୍ଚ ପକ୍ଷରୁ କୁହାଯିବା ସହ ସରକାରୀ କାର୍ଯ୍ୟରେ ବାଧା ଉପୁଜିଲେ ହିତାଧିକାରୀ ଅମଲାଙ୍କୁ ଦୋଷ ନଦେଇ ଅମଲାଙ୍କ ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ।             ସୂଚନାଯୋଗ୍ୟ ଯେ, ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର, ଜମି କିଣା ବିକା, ବିବାହ ପଞ୍ଜିକରଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସେବା ସମେତ ମନରେଗା କାର୍ଯ୍ୟରେ ହିତାଧିକାରୀଙ୍କୁ ବଞ୍ଚିତ ହେବାକୁ ପଡୁଥବାରୁ ଏ ଦିଗରେ ସରକାର ତ୍ୱରିତ୍‌ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଛି।
Govt
Leave A Reply