ଛତ୍ରପୁର ୬/୬ ଚାଷୀ ମାନଙ୍କ ପାଇଁ ସୁବିଧା ଓ ସହଜରେ ବିହନ, କୀଟନାଶକ ଓ ସାର ଉପଲବ୍ଧ କରାଇବା ପାଇଁ ଜିଲ୍ଲା ପ୍ରଶାସନ, ମିଶନ ଶକ୍ତି ଓ ଓରମାସ୍ ର ମିଳିତ ଆନୁକୁଲ୍ୟରେ ଏକ କୃଷକ ବଜାରକୁ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ରିବନ କାଟି ଶୁଭାରମ୍ଭ କରିଥିଲେ । ମହିଳା ଉତ୍ପାଦକ ଗୋଷ୍ଠିଙ୍କ ନିମନ୍ତେ ସମ୍ପୁର୍ଣ୍ଣ ସୁକନ୍ୟା ପ୍ରୋଡ୍ୟୁସର କମ୍ପାନୀ ମାଧ୍ୟମରେ ତ୍ୱରାନ୍ନିତ କରାଯାଇଛି । ଏଠାରେ ବିଭିନ୍ନ ପ୍ରକାରର ଲଘୁ ଉତ୍ପାଦକ ଯନ୍ତ୍ରପାତି, ବଗିଚା ଉପକରଣ, ପଶୁ ଆହାର କେନ୍ଦ୍ର ଏବଂ ମୃତ୍ତିକା ପରୀକ୍ଷା ନିମନ୍ତେ ସମସ୍ତ ପ୍ରକାର ସୁବିଧା ରହିଛି । ଏହା ସହିତ ଉତ୍ତମ ଚାଷ ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ଏବଂ ଯନ୍ତ୍ରପାତି, ବିଭିନ୍ନ ପ୍ରକାର ବିହନ ସୁଲଭ ଦରରେ ମିଳିପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା କହିଛନ୍ତି । ସେଠାରେ ବିକ୍ରୟ ନିମନ୍ତେ ରଖାଯାଇଥିବା ସମସ୍ତ ଉପକରଣ ଏବଂ ସାମଗ୍ରୀକୁ ଜିଲ୍ଲାପାଳ ବୁଲି ଦେଖିବା ସହ ଚାଷ ପାଇଁ ଆବଶ୍ୟକୀୟ ସାମଗ୍ରୀ ଗୁଡିକ ଏଠାରୁ କିଣି ଏହାର ସୁଯୋଗ ନେବା ପାଇଁ କହିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ଭାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ପ୍ରୋବିଜନାଲ ଆଇଏଏସ ଦୀନା ଦସ୍ତାଗିର, ଓରମାସ୍ ର ଡେପୁଟି ସିଇଓ ସତ୍ୟ ସୁନ୍ଦର ଶିବରାମ ପାଇତଲ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାସ୍ୱତ ସାହୁ, ଓଡିଶା ଜିବୀକା ମିଶନର ଗଞ୍ଜାମ ଜିଲ୍ଲା ସଂଯୋଜକ ନବୀନ ସେନାପତି, ଏଲଡିଏମ କିଶୋର ଚନ୍ଦ୍ର ନାୟକ, ନାବାର୍ଡ ର ଡିଡିଏମ ସଂଜିବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।