Odisha news

ବିଭିନ୍ନ ଦାବି ନେଇ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

0

ଛତ୍ରପୁର ୬/୬ :ବିଭିନ୍ନ ଦାବି ନେଇ ମଙ୍ଗଳବାର ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଏକ ଲିଖିତ ସ୍ମାରକ ପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଙ୍କୁ ଭେଟି ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଗଞ୍ଜାମ ଜିଲ୍ଲାରେ ଶିକ୍ଷାବ୍ୟବସ୍ଥାର ପରିବର୍ତ୍ତନ କରାଯାଇ ବିଭିନ୍ନ ସମୟରେ ଜାଲ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଚିହ୍ନଟ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଡିପିସି ଓ ଡିଇଓ କାର୍ଯ୍ୟାଳୟରେ ଦୀର୍ଘ ୬ ବର୍ଷରୁ ଅଧିକ ସମୟ ଧରି ରହିଥିବା କର୍ମଚାରୀଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯିବା, ଗଞ୍ଜାମ ଜିଲ୍ଲାର ସମସ୍ତ ବିଇଓ ପଦବୀ ତୁରନ୍ତ ବଦଳି କରାଯିବା, ଆସିକା ଚିନି ଶିଳ୍ପର ଆଧୁନିକରଣ କରିବା ସହିତ ଆଖୁ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯୀବା, ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବା, ପ୍ରତି ପଂଚାୟତରେ ଧାନମଣ୍ଡି ଖୋଲି ସବୁ ଚାଷୀଙ୍କ ଠାରୁ ସର୍ବନିମ୍ନ ୩ ହଜାର ଟଙ୍କା କୁଇଣ୍ଟାଲ ପ୍ରତି ଦରରେ ସମସ୍ତ ଧାନ କ୍ରୟ କରାଯିବା, ଏଫଏକ୍ୟୁ ମାନ ନାମରେ କଟନି ଛଟନି ବନ୍ଦ କରାଯିବା ଭଳି ବିଭିନ୍ନ ଦାବି ନେଇ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ର ବହୁ ନେତା ଓ କର୍ମୀ ମାନେ ସ୍ଥାନୀୟ ଓପର ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, କୋଷାଧ୍ୟକ୍ଷ ସ୍ୱପ୍ନେଶ୍ୱର ପାଣିଗ୍ରାହୀ ଓ ଜଗନ୍ନାଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Govt
Leave A Reply