ଛତ୍ରପୁର, ୨୦।୪ : ଯେକୌଣସି ଜନବସତଃ ଅଂଚଳ କିମ୍ବା ବଡ ବଡ ସପିଙ୍ଗ ମଲ୍ ମାନଙ୍କରେ ହଠାତ୍ ନିଆଁ ଲାଗିଲେ କିପରି ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ଓ କମ ସମୟରେ କିପରି ଅଗ୍ନିକୁ ଆୟତ୍ତ କରାଯାଇପାରିବ ସେନେଇ ଗୁରୁବାର ଏକ ମକଡ୍ରିଲ ସ୍ଥାନୀୟ ମେନ ରୋଡ ଠାରେ ଥିବା ଷ୍ଟାଇଲ ବଜାର ସପିଙ୍ଗ ମଲ ଓ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ଅନୁଷ୍ଟିତ ହୋଇଯାଇଛି । ଆସିଷ୍ଟାଣ୍ଟ ଫାୟାର ଅଫିସର ଶିଶିର କାନ୍ତ ସିଂ ଙ୍କ ନେତୃତ୍ୱରେ ବହୁ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ସେମାନଙ୍କ ସେଫଟି ଜାକେଟ ଠାରୁ ଆରମ୍ଭ କରି ବିଭିନ୍ନ ସରଞ୍ଜାମ ଗୁଡିକ ବିଷୟରେ ଉପସ୍ଥିତ ଲୋକ ଏବଂ କର୍ମଚାରୀ ମାନଙ୍କୁ ବୁଝାଇଥିଲେ । ପରେ ହଠାତ୍ ନିଆଁ ଲାଗିଗଲେ କିପରି ନିଜେ ସେହି ନିଆଁରୁ ସୁରକ୍ଷୀତ ଭାବେ ବାହାରକୁ ଆସିପାରିବା ଏବଂ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିପାରିବା ସେନେଇ ଏକ ମକଡ୍ରିଲ ମାଧ୍ୟମରେ ସଚେତନତା କରାଇଥିଲେ । ଏହି ମକଡ୍ରିଲ ରେ ଷ୍ଟାଇଲ ବଜାରର ମ୍ୟାନେଜର ବିବେକାନନ୍ଦ ଦାସଙ୍କ ସମେତ ଅଗ୍ନିଶ୍ରମ ବିଭାଗର ବହୁ କର୍ମଚାରୀ ଓ ଷ୍ଟାଇଲ ବଜାରର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।