Odisha news

ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ରବି ନାରାୟଣ ବେହେରାଙ୍କ ଅତିରିକ୍ତ ଦାୟିତ୍ବ ଗ୍ରହଣ

0
ଛତ୍ରପୁର, ୧୨/୦୪:  ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଜିଲ୍ଲା ସଂସ୍କୃତି ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି  । ଆଜି ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ସଂସ୍କୃତି ଅଧିକାରୀଭାବେ ଅତିରିକ୍ତ ଦାୟୀତ୍ବ ତୁଲାଉଥିବା ଥିବା ଆସିଷ୍ଟାଣ୍ଟ କଲେକ୍ଟର ମଞ୍ଜୁଲତା ବେହେରାଙ୍କ ଠାରୁ ଶ୍ରୀ ବେହେରା ଦାୟୀତ୍ବ ଗ୍ରହଣ କରିଛନ୍ତି  । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ  । ଦାୟୀତ୍ବ ଗ୍ରହଣ କରିବା ପରେ ପରେ ଶ୍ରୀ ବେହେରା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନଙ୍କର ତଥା କାର୍ଯ୍ୟାଳୟର ସୁବିଧା ଅସୁବିଧା ପଚାରି ବୁଝିଥିଲେ  ।  ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ଜିଲ୍ଲାର ସମସ୍ତ ପାଠାଗାର, ସଂସ୍କୃତି ଭବନ, ଜିଲ୍ଲାର କଳା ଓ  ସଂସ୍କୃତି କୁ ଅଧିକ ତ୍ବରାନ୍ବୀତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଛନ୍ତି  ।

Leave A Reply