ଛତ୍ରପୁର,24/2: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ବଡମାଧପୁର, ଭିକାରୀପଲ୍ଲି ଓ ବିପୁଳିଙ୍ଗି ପଞ୍ଚାୟତ ସମେତ ବିଭିନ୍ନ ପଞ୍ଚାୟତ ଗୁଡ଼ିକରେ ଧାନ ବିକ୍ରି କରିବା ନିମନ୍ତେ ଚାଷୀମାନଙ୍କର ଟୋକେନ ଜେନେରେଟର ହୋଇଥିଲେ ମଧ୍ୟ ସେମାନଙ୍କ ଧାନ କ୍ରୟ କରାଯାଉ ନାହିଁ। ଯାହା ଫଳରେ ଚାଷୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଜିକୃତ ହୋଇଥିବା ସମସ୍ତ ଚାଷୀଙ୍କ ଧାନ ସରକାରଙ୍କ ପକ୍ଷରୁ ନିର୍ଧାରଣ ତାରିଖ ଧାର୍ଯ୍ୟ ଅନୁସାରେ କିଣିବା ଦାବି ନେଇ ଶୁକ୍ରବାର ଅପରାହ୍ନରେ ଏକ ପ୍ରତନିଧି ଦଳ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଭେଟି ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାରେ ଟାର୍ଗେଟ ନଥିବାରୁ ଟାର୍ଗେଟ ନିମନ୍ତେ ସରକାରଙ୍କ ନିକଟକୁ ପଠାଯାଇଛି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତିନିଧି ଦଳଙ୍କୁ କହିବା ସହିତ ଟାର୍ଗେଟ ଆସିଲେ ସମସ୍ତ ଚାଷୀଙ୍କ ଧାନ କିଣାଯିବା ବୋଲି ପ୍ରତିଶ୍ରୁତି ଦେଇଥିଲି। ଏହି ଆଲୋଚନା ବେଳେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ପୂର୍ବତନ ସମିତି ସଭ୍ୟ ମଥୁରା ସୁବୁଦ୍ଧି, ମାଁ ତାରାତାରିଣୀ ଏସଏଚଜି ସାମନ୍ତରାପୁର ଓ ମା କାଳିଜାଇ ଏସଏଚଜି ବଡମାଧପୁରର ସଦସ୍ୟା ମାନେ ଉପସ୍ଥିତ ଥିଲେ।
