Odisha news

ମା’ ରାମଚଣ୍ଡିଙ୍କ ନୂତନ ବିଗ୍ରହ ପ୍ରାସାଦ ପ୍ରତିଷ୍ଠା ଓ ସପ୍ତମହାଯଜ୍ଞ ଉତ୍ସବ, ପାଞ୍ଚ ଶହରୁ ଉର୍ଧ୍ଵ ମହିଳା ଭକ୍ତଙ୍କ ସମାବେଶରେ କଳସ ଯାତ୍ରା

0

ଛତ୍ରପୁର,୭/ ୨ : ଛତ୍ରପୁର ଉପକଣ୍ଠ ନିଳାଦ୍ରୀପୁର ଶିଖରେ ବିଜେ ମା’ରାମଚଣ୍ଡି ମନ୍ଦିର ନୂତନ ବିଗ୍ରହ ପ୍ରାସାଦ ଓ ସପ୍ତ ମହାଯଜ୍ଞ କରପଡା ପଞ୍ଚାୟତବାସୀଙ୍କ ସହଯୋଗରେ ମନ୍ଦିର ଟ୍ରଷ୍ଟି ଓ କମିଟି ପକ୍ଷରୁ ଆୟୋଜନ କରାଯାଇଛି । ଫାଲଗୁନ କୃଷ୍ଣପକ୍ଷ ତୃତୀୟା ବୁଧବାର ଫେବୃୟାରି ୮ ତାରିଖ ଠାରୁ ଫାଲଗୁନ କୃଷ୍ଣଷଷ୍ଠୀ ରବିବାର ଫେବୃୟାରି ୧୨ ତାରିଖ ପର୍ଯ୍ୟନ୍ତ ପଞ୍ଚ ଦିବସାତ୍ମକ ନୂତନ ବିଗ୍ରହ ପ୍ରାସାଦ ପ୍ରତିଷ୍ଠା ମହୋତ୍ସବ ଓ ସପ୍ତ ମହାଯଜ୍ଞ ଯଥା, ଘୃତଯଜ୍ଞ, ଅନ୍ନଯଜ୍ଞ, ଦୀପଯଜ୍ଞ, ଗୋଯଜ୍ଞ, ଜ୍ଞାନଯଜ୍ଞ, ବ୍ରହ୍ମଯଜ୍ଞ ଅନୁଷ୍ଠିତ ହେବ । ଏହାସହ ସପ୍ତମହାଯଜ୍ଞ ଉପଲକ୍ଷେ ୪୮ ପ୍ରହର ନାମଯଜ୍ଞ ଆଜିଠୁ ଆରମ୍ଭ ହୋଇଛି । କର୍ମକାଣ୍ଡ ଭୂଷଣ ଓ ପ୍ରଚାରକ ରତ୍ମ ପଣ୍ଡିତ ସିମାଞ୍ଚଳ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ତଥା ପଣ୍ଡିତ ନବକୃଷ୍ଣ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ସମସ୍ତ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଣ୍ଡିତ ବିଜୟ କୁମାର ତ୍ରିପାଠୀଙ୍କ ପରାମର୍ଶ କ୍ରମେ ମନ୍ଦିର ଟ୍ରଷ୍ଟି, କମିଟିର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀଙ୍କ ସହଯୋଗରେ ସପ୍ତମହାଯଜ୍ଞ ପରିଚାଳିତ ହେଉଅଛି । ଏହି ଅବସରରେ ଆଜି ସପ୍ତମହାଯଜ୍ଞ ନିମନ୍ତେ ଋଷିକୁଲ୍ୟା ନଦୀରୁ କରପଡା ପଞ୍ଚାୟତର ନିଳାଦ୍ରୀପୁର, ଆଲିଆବାଦ, ବିରିପୁର, କରପଡା ଗ୍ରାମର ପାଞ୍ଚଶହ ରୁ ଉର୍ଧ୍ଵ ମହିଳା ଭକ୍ତଙ୍କ ସମାବେଶରେ କଳସରେ ଜଳ ଧାରଣ କରି ଚାଲି ଚାଲି ମନ୍ଦିର ଶିଖରେ ପହଞ୍ଚିଥିଲେ । ବୁଧବାର ଠାରୁ କର୍ମାରମ୍ଭ, ସୁର୍ଯ୍ୟପୂଜା, ଗୋପୂଜା, ଶାଲା ସଂସ୍କାର, ବନଯଜ୍ଞ, ରତ୍ନମୁଦ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ୯ ତାରିଖ ଦିନ ଜଳାଧିବାସ, ୧୦ ତାରିଖ ଦିନ ଦେବତାଦେହେ ପ୍ରାଣ ପ୍ରତିଷ୍ଠା, ୧୧ ତାରିଖ ଦିନ ଧ୍ୱଜ ସ୍ଥାପନା,୧୨ ତାରିଖ ଦିନ ଯୋଗମାୟା ରାମଚଣ୍ଡିଙ୍କ ସିଂହାସନ ଆରୋହଣ, ୧୩ ତାରିଖ ଦିନ ନଗରକୀର୍ତ୍ତନ କରାଯିବାର କାର୍ଯ୍ୟକ୍ରମ ରହିଥିବା ମନ୍ଦିର ପ୍ରତିଷ୍ଠା କମିଟି ପକ୍ଷରୁ ସୂଚନା ମିଳିଛି । ଏହି ପ୍ରତିଷ୍ଠା ଉତ୍ସବ ଲାଗି ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ମନୋରଞ୍ଜନ ପାଇଁ ମୀନାବଜାର ଓ ରାମଦୋଳିର ବ୍ୟବସ୍ଥା ହୋଇଛି ।

Nalco
Leave A Reply