ଛତ୍ରପୁର,4/12 : ଛତ୍ରପୁର ଉପକଣ୍ଠ ପାଲୁର ରୋଡ଼ ସ୍ଥିତ ଜାତୀୟ ରାଜପଥ ଉପରେ ଅଚାନକ ଚଢ଼ଉ କରି ଏକ କାର ଯୋଗେ 900ଲିଟର ବେଆଇନ ଦେଶୀ ମଦ ଚାଲାଣ ହେଉଥିବା ଗାଡି କୁ ଧରିଲା ଅବକାରୀ ବିଭାଗ l ଗଞ୍ଜାମ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ରବିବାର ଭୋର 4ଟାରେ ବିଶେଷ ସୂତ୍ରରୁ ଖବର ପାଇ ଛତ୍ରପୁର ସଦର ରେଞ୍ଜ ପକ୍ଷରୁ ଏକ ଇଣ୍ଡିକୋ କାର ଯୋଗେ ହେଉଥିବା ଦେଶୀ ମଦ (ପାଉଚ )ଚାଲାଣ ଗାଡି କୁ ପାଲୁର ରୋଡ଼ ସ୍ଥିତ ଜାତୀୟ ରାଜପଥ ରେ ଚଢ଼ଉ କରି କାବୁ କରିଥିଲା ଏହି ଟିମ l ଏହି କାର ରେ ଥିବା 18ବସ୍ତା ରେ 9ହଜାର ମଦ ପାଉଚ ଯାହା ପାଖାପାଖି 900ଲିଟର ଦେଶୀ ମଦ କୁ ଜବତ କରିବା ସହ କାର ଚାଳକ ଙ୍କୁ ଗିରଫ କରିଥିଲା l ଓଡି 02 ଡ଼ି 5630 ନଂ ଇଣ୍ଡିକୋ ଗାଡି ସହ ଦେଶୀ ମଦ କୁ ଜବତ କରାଯାଇଛି l ଗିରଫ କାର ଚାଳକ ତଥା ମୁଖ୍ୟ ଅଭିଯୁକ୍ତ ଜଣକ ରମ୍ଭା ଥାନା ଅନ୍ତର୍ଗତ ବାଲିବଗଡ଼ ଅଂଚଳର ପ୍ରତାପ ବିଶ୍ୱାଳ ବୋଲି ଜଣାପଡିଛି l ସେ କାର ଯୋଗେ ଦେଶୀ ମଦ ନେଉଥିଲା ଆଖପାଖ ଅଂଚଳ ରେ ହୋଲସେଲ ରେ ବ୍ରିକ୍ରି କରିବା ନିମନ୍ତେ l ଏହି ଚଢ଼ାଉ ରେ ଅବକାରୀ ନିରୀକ୍ଷିକା ଦିପ୍ତିମୟୀ ସାହୁ,ଛତ୍ରପୁର ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଧନଞ୍ଜୟ ପାତ୍ର, ସବ ଇନସିପେକ୍ଟର ଆଲୋକ କୁମାର ସାହୁ, ରାକେଶ ଖୁଣ୍ଟିଆ, ସୁବ୍ରତ କୁମାର ଦାସ , ଅଞ୍ଜନ କୁମାର ସାହୁ ଓ ଅନନ୍ତ କଅଁର ରହିଛନ୍ତି l ଏନେଇ ଆଜି 72/22ନଂ ରେ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l
