Odisha news

କଳାବ୍ୟାଚ ପରିଧାନ କରି ପ୍ରତିବାଦ

0

ଛତ୍ରପୁର ୧୮/୧୧ : ଓଡିଶା ସରକାରୀ ଆଉଟସୋରସିଂ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା କମିଟିର ଅ।।ହ୍ୱାନ କ୍ରମେ ଶୁକ୍ରବାର ଛତ୍ରପୁର ବ୍ଲକର କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ମାନେ ଓଡିଶାର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ଜରିଆରେ ପ୍ରଦାନ କରାଯାଇଛି । ଏହା ସହିତ ବ୍ଲକର ଅସ୍ଥାୟୀ ଆଉଟସୋରସିଂ କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରି ସ୍ଥାୟୀ କର୍ମଚାରୀ ମାନ୍ୟତା ପାଇଁ ଦାବି କରିଛନ୍ତି । ନିୟମିତ କର୍ମଚାରୀ ମାନେ ଆଠ ଘଣ୍ଟା କାର୍ଯ୍ୟ କରି ହଜାର ହଜାର ଟଙ୍କା ଦରମା ପାଉଥିବା ବେଳେ ସେମାନଙ୍କ ଠାରୁ ଅଧିକା ସମୟ କାର୍ଯ୍ୟ କରି ମଧ୍ୟ ସେମାନଙ୍କୁ ଦିନ ମଜୁରିଆ ଭାବେ ପରିଗଣିତ କରାଯାଉଛି ବୋଲି ସଂଘର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି । ସରକାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ନ କଲେ ଆସନ୍ତା ୨୬ ତାରିଖରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଚାଲୁ ରହିବ ବୋଲି ଅସ୍ଥାୟୀ କର୍ମଚାରୀ ମାନେ କହିଛନ୍ତି । ଏହି ପ୍ରତିବାଦରେ ଛତ୍ରପୁର ବ୍ଲକର ଅସ୍ଥାୟୀ କର୍ମଚାରୀ ମାନଙ୍କ ମଧ୍ୟରେ ମନୋଜ କୁମାର ସାହୁ, ଶିଶିର କୁମାର ଗୌଡ, ମାଝି ପ୍ରସାଦ ସାହୁ, ରଶ୍ମିକାନ୍ତ ନାୟକ, ପି. କାଳି ପ୍ରସାଦ ଦୋରା, ଝିଲି କୁମାରୀ ଗୌଡ, ମୃତ୍ୟୁଞ୍ଜୟ ମହାପାତ୍ର ଓ ତାପସ କୁମାର ସାହୁଙ୍କ ସମେତ ବହୁ ଆଉଟସୋରସିଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Nalco
Leave A Reply