Odisha news

ଛତ୍ରପୁର : ଗରିବଙ୍କ ଆବାସ ଯନ୍ତ୍ରଣା, ସେପଟେ ବଳକା ଚାଷୀଙ୍କ ଧାନ କିଣିବା ଦାବୀ

0
ଛତ୍ରପୁର,୨୩/୭: ଗରିବ ଓ ଭୂମିହୀନଙ୍କୁ ଭିଟାମାଟିରେ ପକ୍କାଘର ଖଣ୍ଡେ ଯୋଗାଇଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଇନ୍ଦିରା ଆବାସ , ବିଜୁ ପକ୍କାଘର ଯୋଜନା , ମୋ କୁଡିଆ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଅନେକ ଯୋଜନା ପ୍ରଚଳନ କରିଛନ୍ତି । ହେଲେ ସ୍ଥଳବିଶେଷରେ ଏହି ଯୋଜନାକୁ ଥିଲାବାଲା ହାତେଇ ନେଉଥିବା ବେଳେ ଗରୀବ ମାନେ ଭଙ୍ଗାକୁଢିଆରେ ଦୁର୍ଦ୍ଦିନ ସ୍ଥିତି ରହୁଛନ୍ତି । ପ୍ରଶାସନିକ ଓ ରାଜନୈତିକ ଇସାରାରେ ଥିଲାବାଲାକ ପକ୍କାଘର ହାତେଇଥିବା ଢେର ନଜିର ଗଂଜାମ ଜିଲ୍ଲାରେ ରହିଛି । ଏପରିକି ଗୋଟିଏ ପରିବାରର ୩ଜଣଙ୍କ ନାମରେ ଆବାସ ଯୋଜନା ମିଳିଥିବା ବେଳେ ଗରିବ ଲୋକେ ଆବାସ ଖଣ୍ଡେ ପାଇବା ପାଇଁ ବାରମ୍ବାର ଦୌଡି ନୟାନ୍ତ ହେଉଛନ୍ତି । ଜିଲ୍ଲାର ଅନେକ ହିତାଧିକାରୀ ହାତଗୁଞ୍ଜା ଦେଇନପାରି ପକ୍କାଘର ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ୪ମାସ ହେଲା ଲକ ଡାଉନ ଓ ସଟ ଡାଉନ ଫଳରେ ଗରିବ ପରିବାର ଗୁଡିକ ଏକ ବଖୁରିଆ ନୁଆଁଣିଆ ତଥା ଶୈାଚାଳୟ ନଥିବା ଭଙ୍ଗଦଦରା ଘରେ କାଳାତିପାତ କରିବାକୁ ବାଧ୍ୟ ହୋଇଛନ୍ତି । ସେହିପରି ଜିଲ୍ଲାର ବହୁ ହିତାଧିକାରୀଙ୍କ ପକ୍କାଘର ନିମନ୍ତେ ଅନୁମତି ଆସିଥିଲେ ମଧ୍ୟ କିଛି ଦଲାଲ ମାନେ ଏହାକୁ ବିଭିନ୍ନ ଆଳଦେଖାଇ ସେମାନଙ୍କ ଠାରୁ ଟଙ୍କା ନେଇ ଆମେ କରାଇଦେବୁ ବୋଲି ଲୁଟୁଥିବା ଦେଖିବାକୁ ମିଳିଛି । ହିତାଧିକାରୀ ମାନେ ବାରମ୍ବାରା ପଞ୍ଚାୟତ ଠାରୁ ଆରମ୍ଭ ବ୍ଲକ ଗୁଡିକ ଧାଇଁ ଧାଇଁ ବିଭିନ୍ନ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବିଭିନ୍ନ ଯୋଜନା ରେ ସାମିଲ କରି ଘର ଖଣ୍ଡାଏ ଯୋଗାଇବା ନିମନ୍ତେ ଦାବୀ ହୋଇଛି ।
ଏନେଇ ସିପିଆଇ ପାର୍ଟି ପକ୍ଷରୁ ବହୁବାରମ୍ବାର ଜିଲ୍ଲାପ୍ରଶାସନ ଏବଂ ବ୍ଲକ ପ୍ରଶାସନିକ ଅଧିକାରମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସିପିଆଇ ପାର୍ଟିର ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ କହିଛନ୍ତି । ଏହାସହ ଜିଲ୍ଲାରେ ଧାନ ବିକ୍ରି ନକରି ବଳକା ରହିଥିବା ଚାଷୀଙ୍କ ଧାନ ସରକାର ତୁରନ୍ତ କିଣିବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ଗତ ମାର୍ଚ୍ଚ ମାସ ଠାରୁ ଦାବୀ କରାଯାଉଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ମଧ୍ୟ କିଣାଯାଇନାହିଁ । କରୋନା ଆଣା ଦେଖାଇ ପ୍ରଶାସନିକ ଅଧିକାରୀ ମାନେ ଧାନ ସଂଗ୍ରହ ଧାର୍ଯ୍ୟ ତାରିଖ ଶେଷ ହୋଇଯାଇଥିବା କହି ଚାଷୀମାନଙ୍କ ଧାନ କିଣି ନଥିଲେ । ଜିଲ୍ଲାର କିଛି ସୋସାଇଟି ସେକେଟ୍ରାରୀ ମାନେ ୁ ଦଲାଲ ମାନଙ୍କୁ ହାତ କରି ଆଗୁଆ ବଡ ବଡ ଧାନ ବେପାରୀ ମାନଙ୍କ ଠାରୁ ଧାନ କିଣି ଟ୍ରାଗେଟ୍ ସରିଯାଇଛି ବୋଲି ଆଳଦେଖାଇ ଛୋଟ ଛୋଟ ଚାଷୀ ମାନଙ୍କୁ କହି ସେମାନଙ୍କ ଉପରେ ଦାଉ ସାଜିଛନ୍ତି । ଏହାପରେ ଛୋଟ ଛୋଟ ଚାଷୀ ମାନେ ବ୍ଲକର ଏମଆଇ ଠାରୁ ଆରମ୍ଭ ଜିଲ୍ଲାପ୍ରଶାସନର ବଡ ବଡ ଅଧିକାରୀଙ୍କୁ ମିଶିଲେ ମଧ୍ୟ ସେମାନଙ୍କ ଧାନ କିଣାଯାଇନାହିଁ । ଏପରିକି ଜିଲ୍ଲାରେ ବଳକା ରହିଯାଇଥିବା ଚାଷୀଙ୍କ ଧାନ କିଣିବା ନେଇ ମାନ୍ୟବର ହାଇକୋର୍ଟଙ୍କ ମଧ୍ୟ ଆଶ୍ରୟ ନେଇଥିଲେ ଜିଲ୍ଲାର କିଛି ସଂଗଠନ ।
ହେଲେ ବି ଏବେ ସୁଦ୍ଧା ଚାଷୀଙ୍କ ଧାନ କିଣାଯାଇନାହିଁ । ସେପଟେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ପ୍ରଭାତ ପାଣିଗ୍ରାହୀ ନାମକ ଜଣେ ଚାଷୀ ତାଙ୍କର ଆଦାୟ କରାଯାଇଥିବା ଧାନ ସୋସାଇଟି ସେକେଟ୍ରାରୀ ଉଦେଶ୍ୟ ମୂଳକ ଭାବେ କିଣି ନଥିଲା ବୋଲି ଅଭିଯୋଗ କରି ପ୍ରଶାସନିକ ଅଧିକାରୀ ମାନଙ୍କୁ ଗୁହାରୀ କଲେ ସୁଦ୍ଧା ତାଙ୍କର ଆଦାୟ ଧାନ ଗୁଡିକୁ ଏପର୍ଯ୍ୟନ୍ତ କିଣାଯାଇନାହିଁ । ଏନେଇ ସେ ଗତ ଦୁଇମାସ ତଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଫିନାଲ ବୋତଲ ଧରି ତାଙ୍କର ଧାନବସ୍ତା ରଖି ଧାନ କିଣିବା ନେଇ ଆନ୍ଦୋଳନ କରିଥିଲେ । ପରବର୍ତ୍ତୀ ମୂହର୍ତ୍ତରେ କିଛି ପ୍ରଶାସନିକ ଅଧିକାରୀ ମାନେ ପ୍ରଭାତଙ୍କ ଧାନ କିଣିବା ନେଇ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଜଣେ କରିତକର୍ମା ସୋସାଇଟି ସେକେଟ୍ରାରୀ କି ମନ୍ତ୍ର ଫୁକୁଲେ ଯେ ପ୍ରଶାସନିକ ମାନେ ପ୍ରଭାତଙ୍କ ଧାନ କିଣିବା ପାଇଁ ମଗୁନାହାଁନ୍ତି । ତେବେ ଚାଷୀ ପ୍ରଭାତ ପାଣିଗ୍ରାହୀଙ୍କ ଧାନ କାହିକି କିଣାଯାଇ ନାହିଁ ଏହି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ଏବଂ ସ୍ୱାଭିମାନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଦାବୀ କରାଯାଇଛି । ସେପଟେ ଶ୍ରାବଣ ମାସରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜିଲ୍ଲାର ବହୁ ଧାନତଳି ପୋଡିବାକୁ ବସିଲାଣି । ଚାଷୀମାନେ କରୋନା ଭୟରେ ଥିବା ବେଳେ ପୁଣି ଧାନତଳି ପୋଡିବା ଭୟରେ ଦିନ ଗଡୁଛନ୍ତି ।
Leave A Reply