Odisha news

ଯଶୋଦା ଫାଉଣ୍ଡେସନ ପକ୍ଷରୁ ଅସହାୟ ଓ ଏକାକୀ ମହିଳାଙ୍କୁ ଶାଢୀ ବଣ୍ଟନ

0

ଛତ୍ରପୁର ୮/୧୦ : ଛତ୍ରପୁର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଯଶୋଦା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ଠାରେ ଛତ୍ରପୁର ବ୍ଲକ ଘଡଘଡାପଲ୍ଲୀ ଗ୍ରାମର ପ୍ରାୟ ୧୧ ଜଣ ଅସହାୟ ଓ ଏକାକୀ ମହିଳାଙ୍କୁ କୁମାର ପୂର୍ଣ୍ଣମୀ ଅବସରରେ ଶାଢୀ ବଣ୍ଟନ କରାଯାଇଛି । ଫାଉଣ୍ଡେସନ ର ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା ଓ ଛତ୍ରପୁର ଏନଏସିର ୧୦ ନଂ ୱାର୍ଡ କାଉନସିଲର ତଥା ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚ୍ୟାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ର ଅତିଥି ଭାବେ ଯୋଗ ଦେଇ ଘଡଘଡାପଲ୍ଲୀ ଗ୍ରାମର ପ୍ରାୟ ୧୧ ଜଣ ଅସହାୟ ଓ ଏକାକୀ ମହିଳାଙ୍କୁ ଶାଢୀ ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଫାଉଣ୍ଡେସନ ର ସୁଦେଷ୍ଣା ସାହୁ ଓ ପୁଷ୍ପାଞ୍ଜଳୀ ସାହୁ ପରିଚାଳନା କରିଥିଲେ ।

Govt
Leave A Reply