Odisha news

ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ, ପୂର୍ବତନ ବିଧାୟକ ଙ୍କ ବିୟୋଗରେ ଶୋକ ପ୍ରକାଶ

0

ଛତ୍ରପୁର, 26/9 : ସ୍ଥାନୀୟ ସରକାରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ସଂଘର ମାସିକ ବୈଠକ ନରସିଂହ ଆଚାରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା l ପ୍ରାରମ୍ଭରେ ଦିବଂଗତ ଶିକ୍ଷକ ନେତା ତଥା ପୂର୍ବତନ ବିଧାୟକ ଆଦିକନ୍ଦ ସେଠି ଏବଂ ସଂଘ ର ପୂର୍ବତନ  ସଭ୍ୟ ଦୁର୍ଗା ଚରଣ ପାତ୍ର ଙ୍କ ବିୟୋଗ ରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପିଏନୟୁଏ କଲେଜ ର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ଦାଶ, ସଂଘର ସାଧାରଣ ସମ୍ପାଦକ ସୋମନାଥ ସାହୁ, କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ଉପଦେଷ୍ଟା ନିରଞ୍ଜନ ତ୍ରିପାଠୀ, ଗୋବିନ୍ଦ ପଳାଇ,   ସମ୍ପାଦକ କିଶୋର ଚନ୍ଦ୍ର ପାଢ଼ୀ,  କୋଷାଧକ୍ଷ ବ୍ରହ୍ମାନନ୍ଦ ପାଢ଼ୀ, ଦଣ୍ଡପାଣି ରାଉଳ, ଭାସ୍କର ଚନ୍ଦ୍ର ସ୍ୱାଇଁ, କେ. ନାରାୟଣ ରାଓ, ରବୀନ୍ଦ୍ର ନାଥ ଦାଶ , ପୀତବାସ ପାଣିଗ୍ରାହୀଙ୍କ ସମେତ ସଂଘ ର ବହୁ ସଦସ୍ୟ ମାନେ ଉପସ୍ଥିତ ରହି ମୃତ୍ୟୁ ବରଣ କରିଥିବା ଦୁଇ ଜଣଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l

Nalco
Leave A Reply