Odisha news

ଭୋଟର ସଚେତନତା ରଥ ର ଶୁଭାରମ୍ଭ

0

ଛତ୍ରପୁର ୦୫/୯ : ଭୋଟର କାର୍ଡ ସହ ଆଧାର କାର୍ଡ ସଂଯୋଗୀକରଣ କରିବା ନିମନ୍ତେ ଭୋଟର ମାନଙ୍କୁ ସଚେତନତା କରାଇବା ଲକ୍ଷ୍ୟ ନେଇ ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ରଥକୁ ସୋମବାର ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର ଙ୍କ ଉପସ୍ଥିତ ରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍ ସବୁଜ ପତାକା ଦେଖାଇ ଉଦଘାଟନ କରିବା ସହ ଭୋଟର ମାନଙ୍କୁ ସେମାନଙ୍କ ଦାୟିତ୍ୱ ଓ ଅଧିକାର ସମ୍ପର୍କରେ ଏହି ରଥ ସଚେତନ କରାଇବ ବୋଲି କହିଥିଲେ । ଏହି ରଥ ଆଜିଠାରୁ ଉପଖଣ୍ଡର ସମସ୍ତ ଅଂଚଳ ପରିକ୍ରମା କରି ଭୋଟର ମାନଙ୍କୁ ସଚେତନତା କରିବ । ନୂତନ ଭୋଟର ମାନେ ଫର୍ମ – ୬ ମାଧ୍ୟମରେ ଭୋଟର ତାଲିକାରେ ନିଜକୁ ଅନ୍ତର୍ଭୁକ୍ତ କରିବା, ଫର୍ମ-୮ ରେ ସଂଶୋଧନ ନିମନ୍ତେ ଆବେଦନ କରିବା, ଆଧାର କାର୍ଡ ସହ ଭୋଟର କାର୍ଡ ସଂଯୋଗୀ କରଣ କରିବା ନିମନ୍ତେ ଫର୍ମ (୬-ଖ) ରେ କରିବା, ବର୍ତ୍ତମାନ ଠାରୁ ଗୋଟାଏ ବର୍ଷ ମାଧ୍ୟରେ ୪ ଟି ସୁଯୋଗ (ଜାନୁୟାରୀ-୧, ଏପ୍ରିଲ – ୧, ଜୁଲାଇ – ୧ ଏବଂ ଅକ୍ଟୋବର- ୧ ) ତାରିଖ ଗୁଡିକରେ ଯେଉଁ ନାଗରିକ ମାନଙ୍କ ବୟସ ୧୮ ବର୍ଷ ହେବ ସେମାନେ ନିଜ ନାମକୁ ଭୋଟର ତାଲିକାରେ ପଞ୍ଜୀକରଣ କରିପାରିବେ ଭଳି ବିଭିନ୍ନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜି ସୁଦ୍ଧା ଛତ୍ରପୁର ଉପଖଣ୍ଡର ୫ ଟି ନିର୍ବାଚନ ମଣ୍ଡଳୀର ମୋଟ ୧୧, ୫୧. ୭୪୯ ଜଣ ଭୋଟରଙ୍କ ମଧ୍ୟରୁ ୭,୪୭.୯୩୦ ଜଣ ଭୋଟର ଫର୍ମ – ୬ (ଖ) ମାଧ୍ୟମରେ ନିଜ ଆଧାର କାର୍ଡ ସହ ଭୋଟର କାର୍ଡକୁ ସଂଯୋଗ କରିଛନ୍ତି । ଏହା ବ୍ୟତୀତ ବହୁ ଭୋଟର ଅନଲାଇନ ମାଧ୍ୟମରେ କରିପାରୁଥିବା ସୂଚନା ମିଳିଛି । ଏହି ରଥ ଉଦଘାଟନ କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା ଓ ଅଶୋକ ପ୍ରଧାନ, ନାଜିର ସନ୍ତୋଷ କୁମାର ସାହୁ, କିରାଣୀ (ନିର୍ବାଚନ) ଦୁର୍ଗା ପଟ୍ଟନାୟକ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀଣୀ ପି. ପଦ୍ମାଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Nalco
Leave A Reply