Odisha news

ରିକାପଲ୍ଲୀ ରେଳ ଫାଟକ ନିକଟରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

0
ଛତ୍ରପୁର ୩୦/୮ : ଛତ୍ରପୁର ରିକାପଲ୍ଲୀ ସ୍ଥିତ ରେଳ ଫାଟକ ଠାରୁ ୨୦୦ ମିଟର ଦୂର ରେଳ ଧାରଣାରେ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ଜିଆରପି ଥାନା ପୋଲିସ୍ । ମୃତ ନାବାଳିକାଙ୍କ ନିଜ ଘର କୁମୁଣ୍ଡ ଅଂଚଳର ହୋଇଥିବା ବେଳେ ସେ କଞ୍ଜରଭେସନ୍ କଲୋନୀ (ଅରୁଣ ନଗର) ରେ ରହୁଥିଲେ । ଆଜି ସକାଳେ ସେ ଶୌଚ ହେବା ନିମନ୍ତେ ଆସିଥିବା ବେଳେ ରେଳ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ତଦନ୍ତକାରୀ ଅଧିକାରୀ ଜିଆରପି ଥାନା ର ଏଏସଆଇ ବିଜୟ କୁମାର ପଟ୍ଟନାୟକ ପ୍ରାଥମିକ ତଦନ୍ତ ବେଳେ ଜଣାପଡିଥିବା କହିଛନ୍ତି । ତେବେ କେଉଁ କାରଣରୁ ଉକ୍ତ ନାବାଳିକାଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଠ ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସଠିକ ରିପୋର୍ଟ ଜଣାପଡିବ ବୋଲି ଜିଆରପି ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ମଙ୍ଗଳବାର ସକାଳୁ ଗାୟତ୍ରୀ ବାରିକ ନାମକ ଜଣେ ନାବାଳିକାଙ୍କ ମୃତଦେହ ରିକାପଲ୍ଲୀ ରେଳ ଫାଟକ ନିକଟ   ରୁ ଦୁଇଶହ ମିଟରଦୂର ରେଳ ଧାରଣାରେ ପଡିଥିବା ଦେଖି କାମ କରୁଥିବା କିଛି ଲୋକ ମାନେ ଜିଆରପି ଥାନାକୁ ସୂଚନା ଦେଇଥିଲେ । ଏହାର ସୂଚନା ପାଇ ଜିଆରପି ଥାନାଧିକାରୀ ଜ୍ୟୋତି ପ୍ରକାଶ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଆରପି ଥାନା ପୋଲିସ୍ ଘଟଣା ସ୍ଥଳରେ ପହଂଚି ନାବାଳିକାଙ୍କ ମୃତ ଦେହ ଙ୍କୁ ଉଦ୍ଧାର କରିଥିଲେ । ଏନେଇ ୬୪/୨୦୨୨ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଥିଲେ ।
Nalco
Leave A Reply