Odisha news

ଛତ୍ରପୁର : ଜିଲ୍ଲାର ସ୍ଥିତି ପରଖିଲେ ପ୍ରମୁଖ ସଚିବ

0
ଛତ୍ରପୁର୧୬/୭: ଗଞ୍ଜାମ ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଜିଲ୍ଲାରେ ସ୍ଥିତିର ମୁକାବିଲା ଲାଗି ସରକାର କେତେକ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ୧୩୦ଜଣ ଡାକ୍ତରଙ୍କୁ ନିୟୋଜିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦ ଜଣ ଆୟୁଷ ଡାକ୍ତର ଅଛନ୍ତି । ଅବଶିଷ୍ଟ ୩୦ଜଣ ଡାକ୍ତର ହେଉଛନ୍ତି ଏମବିବିଏସ୍ ଡାକ୍ତର । ଏହା ଛଡ଼ା ଜିଲ୍ଲାକୁ ୩୩ଜଣ ଲ୍ୟାବେରେଟାରୀ ଟେକନିସିଆନ୍ ମାନଙ୍କୁ ପଠାଯାଇଛି । ଜିଲ୍ଲାକୁ ଅତିରିକ୍ତ ଆମ୍ବୁଲାନ୍ସ ମଧ୍ୟ ପଠାଯାଇଛି । ଅନ୍ୟ ପକ୍ଷରେ ଜିଲ୍ଲାର ସ୍ଥିତିକୁ ପରିଚାଳନା ପାଇଁ ରାଜ୍ୟ ସରକାର ୫ଜଣ ଓଏଏସ ଅଧିକାରୀ ଓ ୩୨ଜଣ ଓଆରଏସ (ଗ୍ରୁପ୍‌-ବି) କର୍ମଚାରୀଙ୍କୁ ଜିଲ୍ଲାକୁ ପଠାଯାଇଛି । ସେମାନେ ଜିଲ୍ଲା ପ୍ରଶାସନ ଅଧିନରେ କାର୍ଯ୍ୟ କରିବା ନିମନ୍ତେ କୁହାଯାଇଛି । ଆଜି ବହୁ ଅଧିକାରୀ ଓ ଡାକ୍ତରୀ ଟିମ୍ ଆସିବାର ରହିଛି ବୋଲି  ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ଜିଲ୍ଲାର ସ୍ଥିତି ପରଖିବା ନିମନ୍ତେ ଗୁରୁବାର ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ତଥା ଗଞ୍ଜାମ ଜିଲ୍ଲାର ନୋଡାଲ୍ ଅଧିକାରୀ ଜି. ମାଥି  ଭାଥାନାନ  ଗୁରୁବାର ଜିଲ୍ଲାକୁ ଆସି ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ସାମାଜିକ ଦୂରତା ଅବଲମ୍ବନ କରି ଜିଲ୍ଲାର ମୁଖ୍ୟ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ଏକ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢି ଚାଲିବାର କାରଣ କଣ ମଧ୍ୟ ଖୋଜାଯାଉଛି । ଏହା ସହ ଜିଲ୍ଲାରେ ଅଧିକରୁ ଅଧିକ କିପରି  ରକ୍ତ ନମୁନା ସଂଗ୍ରହ କରାଯାଇ ପାରିବ ସେଥି ପ୍ରତି ଗୁରୁତ୍ୱ ଦିଆଯାଇଛି । ସାମାଜିକ ଦୂରତା ଓ କନଟାକ୍ସ ଟ୍ରେସିଂ ଉପରେ ମଧ୍ୟ ଫୋକସ୍ କରାଯାଇଛି ।
ଗ୍ରାମାଂଚଳରେ ଆଜିଠୁ ସ୍ୱାସ୍ଥ୍ୟ ଯାଂଚ୍ ର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିପଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରାଯିବ ବେଳେ କରୋନା ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଖୋଜି ବାହାର କରି ସେମାନଙ୍କ ସ୍ୱାବ୍ ଟେଷ୍ଟ୍ କିପରି କରାଯିବ ଏହା ମଧ୍ୟ ଆଲୋଚନା ହୋଇଛି । ଜିଲ୍ଲାରେ ସହରାଂଚଳ ଗୁଡ଼ିକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିବାରୁ ଏହାକୁ କିପରି ରୋକାଯାଇ ପାରିବ ଏଥି ନିମନ୍ତେ  ସଟ୍ ଡାଉନ୍ ଓ ଲକ୍ ଡାଉନ୍ କରାଯାଉଛି । ଏହି ସମୟରେ ସମସ୍ତ ଅଂଚଳ ଗୁଡ଼ିକରେ ମୋବାଇଲ୍ ଭ୍ୟାନ୍ ଦ୍ୱାରା ରକ୍ତ ନମୁନା ସଂଗ୍ରହ କରାଯାଇ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇପାରିବ । ଏହା ସହିତ ଜିଲ୍ଲାର ସମସ୍ତ ତଥ୍ୟ ପ୍ରମୁଖ ସଚିବ ସଂଗ୍ରହ କରି ଏହା ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବିଏମସି କମିଶନର ଚକ୍ରବର୍ତି ସିଂ ରାଠୋର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ଅତିରିକ୍ତ ଜିଲ୍ଲ୍‌ାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ, ଡ଼େପୁଟି କଲେକ୍ଟର ଡ. ଦିବ୍ୟଲୋଚନ ମହନ୍ତ, ବିଡିଓ ସେକ୍ରେଟାରୀ ସମ୍ବିତ ରାଉତ, ଡ଼ିପିଏମ୍ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
Nalco

Leave A Reply