Odisha news

କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ରେ କୃତୀ ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

0
ଛତ୍ରପୁର,25/8: ସ୍ଥାନୀୟ ବ୍ଲକ ଅନ୍ତର୍ଗତ  ନରେନ୍ଦ୍ରପୁର କ୍ଷେତ୍ରମୋହନ  ବିଜ୍ଞାନ ମହାବଦ୍ୟାଳୟରେ କୃତି ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ବର୍ଷ  ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ଅର୍ଥନୀତି ବିଭାଗର ଶେଷବର୍ଷ ପରୀକ୍ଷାରେ ଉକ୍ତ କଲେଜ ର ୪ ଜଣ ଛାତ୍ରୀ ଗୀତାଞ୍ଜଳି ନାୟକ ୨ ୟ ସ୍ଥାନ , ଡି . ରଜେଶ୍ଵରୀ ରେଡି ୫ ମ , ସ୍ନେହା ଗୌଡ ୬ ଷ୍ଟ ସ୍ଥାନ ଓ ବି . ଜାନକୀ ରେଡି ୮ ସ୍ଥାନରେ ସଫଳତାର ସହ କୃତକାର୍ଯ୍ୟ  ହୋଇଛନ୍ତି । ଏହା ସେମାନଙ୍କର ବ୍ୟକ୍ତିଗତ ଓ କଲେଜ ପାଇଁ ଗୌରବ  ଆଣି ପାରିଛି  । ଏଥିପାଇଁ  କଲେଜ ମଧ୍ୟରେ ଏକ ସ୍ଵତନ୍ତ୍ର ସଭାର ଆୟୋଜନ କରାଯାଇଥିଲା । ପ୍ରଫେସର ଭୂପତି ସାହୁ ପୈାରହତ୍ୟ କରିଥିବା ବେଳେ ଅତିଥି ରୂପେ +୨ ଅଧ୍ୟକ୍ଷ ଡ଼ଃ . ପ୍ରଫୁଲ୍ଲ କୁମାର ପାଳ , ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ସତୀଶ ପ୍ରସାଦ ନାୟକ , ପ୍ରାଧ୍ୟାପିକା ଡ଼ଃ. ଧନଲଷ୍ମୀ ପଟ୍ଟନାୟକ ଅଧ୍ୟାପିକା ମିନାକ୍ଷୀ ଦାଶ , ଇତିହାସ ବିଭାଗର ଏ. ମାନସା ରେଡି ଓ କଲେଜ ର ସମସ୍ତ  ଅଧ୍ୟାପକ , ଅଧ୍ୟାପିକା  ଉପସ୍ଥିତି ରହି କୃତି ଛାତ୍ରୀ ମାନଙ୍କୁ ମାନପତ୍ର ବଣ୍ଟନ କରାଯାଇଥିଲା ।
Nalco
Leave A Reply