Odisha news

ଛତ୍ରପୁର ଠାରେ ଗଂଜାମ ଏସପିଙ୍କ ଉପସ୍ଥିତିରେ ପୁଲିସର କଡ଼ା ଯାଞ୍ଚ

0

ଛତ୍ରପୁର ୧୪/୭: ଗଂଜାମ ଜିଲ୍ଲାରେ ଗତ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର, ଛତ୍ରପୁର ସମେତ ଜିଲ୍ଲାର ସମସ୍ତ ସହରାଂଚଳ ଓ ୬ଟି ବ୍ଲକ୍ ର ହେଡ୍ କ୍ୱାଟରକୁ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । ଆଜି ସଟ୍ ଡାଉନ୍ କୋହଳ କରାଯାଇ ପୂର୍ବ ଭଳି ଲକ୍ ଡାଉନ୍ ଆରମ୍ଭ ହୋଇଛି । ସକଳୁ ୬ରୁ ୧୨ଟା ପର୍ଯ୍ୟନ୍ତ ପରିବା, ଆମିଷ ଦୋକାନ ଏବଂ ୬ରୁ ୪ଟା ପର୍ଯ୍ୟନ୍ତ ଗ୍ରୋସରୀ ଦୋକାନ ଖୋଲିବା, ସାମାଜିକ ଦୂରତା ସହିତ ସରକାରୀ ଗାଇଡ୍ ଲାଇନ୍ ପାଳନ କରିବାକୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଗଂଜାମ ପୁଲିସ ପକ୍ଷରୁ କଟକଣା ଜାରି ରହିଛି । ଜିଲ୍ଲାର ବିଭିନ୍ନ ଚେକ୍ ପୋଷ୍ଟ୍ ଗୁଡ଼ିକ ସିଲ୍ କରାଯାଇ କଡ଼ା ଯାଞ୍ଚ କରାଯାଉଛି । ସେହିପରି ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପୁଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରିବା ସହ ବିଭିନ୍ନ ପ୍ରବେଶ ପଥରେ ପୁଲିସ ଛାଉଣି ହୋଇ କେବଳ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି ମିଳିଥିବା ପାସ୍ ଏବଂ ଗୁରତର ରୋଗୀ ମାନଙ୍କୁ ଛତ୍ରପୁରକୁ ପ୍ରବେଶ ନିମନ୍ତେ ଛାଡୁଛନ୍ତି ।

ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଖୋଦ୍ ଗଂଜାମ ଏସିପି ବ୍ରିଜେଶ କୁମାର ରାଏ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଉପସ୍ଥିତ ରହି ଗୋଟି ଗୋଟି କରି ବିଭିନ୍ନ ଯାନବାହାନ ଗୁଡ଼ିକ ତନଖି ଦେଖି ଯାଞ୍ଚ କରିଥିଲେ । ଯେଉଁମାନଙ୍କ ଠାରେ ପାସ୍ ରହିଛି ସେମାନଙ୍କୁ ଛଡ଼ା ଯିବା ସହ ଅନ୍ୟ ମାନଙ୍କୁ ବାରଣ କରାଯାଇଛି । ସେହିପରି ଛତ୍ରପୁରକୁ ପ୍ରବେଶ କରୁଥିବା ଡିଆରଡିଏ ଛକ ନିକଟ ପ୍ରବେଶ ପଥରେ ପୁଲିସ କ୍ୟାମ୍ପ କରି ରହିବା ସହ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ସେଠାରେ ଏସପି ଶ୍ରୀ ରାଏ , ଛତ୍ରପୁର ଏସଡ଼ିପିଓ ଗୌତମ କିଶାନ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟ ରାୟ, ଅତିରିକ୍ତ ତହସିଲଦାର ଯସ୍ମିନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ଗାଡ଼ି ଗୁଡ଼ିକ ଯାଞ୍ଚ କରିବା ସହ ଅମାନିଆ ମାନଙ୍କୁ ସଚେତନା କରାଯାଇଛି । ସମସ୍ତଙ୍କୁ ସୁରକ୍ଷିତ ରହିବା କହିଥିଲେ । ପୂର୍ବରୁ ମଧ୍ୟ ଗଞ୍ଜାମ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଲୋକଙ୍କୁ କୋଭିଡ୍ ଗାଇଡ୍ ଲାଇନ୍ ଉପରେ ସଚେତନ କରିବା ସହ କେବଳ ଅନୁମତି ମିଳିଥିବା ପାସଧାରୀ ମାନଙ୍କୁ ଯାତାୟତ ପଥରେ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି । ସେହିପରି ଗଞ୍ଜାମ-ଖୋର୍ଦ୍ଧା ପ୍ରବେଶ ପଥରେ ମଧ୍ୟ ପୂର୍ବଭଳି କଟକଣା ବଳବତର ରହିଛି ।

Leave A Reply