Odisha news

ଛତ୍ରପୁର ବ୍ଲକ ରାଜନୀତିରେ ସରଗରମକୁ ନେଇ ସବୁ ପଞ୍ଚାୟତ ଏବେ ଛକାପଞ୍ଝାରେ : ତଦନ୍ତ ପରିସର ଭୁକ୍ତ ଥିବା ପ୍ରକଳ୍ପ କାମ ପାଇଁ ବାରମ୍ବାର ଆରଟିଆଇ ମଗା ଯାଉଥିବା ଅଭିଯୋଗ

0
ଛତ୍ରପୁର,୨୭/୭ : ଛତ୍ରପୁର ବ୍ଲକ ଅଧ୍ୟକ୍ଷା ନିର୍ବାଚନ ପରଠାରୁ ରାଜନୈତିକ ପାଣିପାଗ ସରଗରମ ରହିଥିବା ସହ ଗୋଷ୍ଠୀ ଛକାପଞ୍ଝା ଲାଗି ରହିଛି । ଯାହାର ପ୍ରଭାବ ଧୀରେ ଧୀରେ କରି ସବୁ ପଞ୍ଚାୟତରେ ଉଷ୍ମତା ଦେଖାଦେଇଛି । ଫଳରେ ସବୁ ପଞ୍ଚାୟତର ଉନ୍ନୟନ କାମରେ ବାଧା ସୃଷ୍ଟି ହେଉଛି । ଛତ୍ରପୁର ବ୍ଲକର ସବୁ ପଞ୍ଚାୟତରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଗୋଟିଏ ଗୋଷ୍ଠୀ କାମ କରୁଥିବା ବେଳେ ଅନ୍ୟ ଆଉ ଏକ ଗୋଷ୍ଠୀ ନିମ୍ନମାନର କାମ ତଥା ଦୁର୍ନୀତି ଚାଲିଛି ବୋଲି ଅଭିଯୋଗ ଆଣୁଛନ୍ତି । ଏଭଳି ସ୍ଥିତିରେ ଛତ୍ରପୁର ବ୍ଲକର ବିକାଶ କାମ ଆଗେଇ ପାରୁନାହିଁ । ଫଳରେ ଜିଲ୍ଲାର ଅନ୍ୟ ବ୍ଲକ ତୁଳନାରେ ଛତ୍ରପୁର ବ୍ଲକ ସଂପୂର୍ଣ୍ଣ ଭାବେ ବିକାଶ କାମରେ ପଛରେ ପଡିଛି । ପଞ୍ଚାୟତ ଗୁଡିକରେ ଦୁଇଗୋଷ୍ଠୀ ଛକାପଞ୍ଝାରେ ଗତକାଲି ବିପୁଳିଙ୍ଗି ପଞ୍ଚାୟତରେ ନିର୍ମାଣଧୀନ ପାର୍କ ପ୍ରକଳ୍ପ କାମ ଭାଙ୍ଗି ଦିଆଯାଇଥିବା ବେଳେ ଆଜି ତଦନ୍ତ ପରିସର ଭୁକ୍ତରେ ଥିବା ବଉଳଗାଁ ପଞ୍ଚାୟତ ପ୍ରକଳ୍ପ କାମ ପାଇଁ ବାରମ୍ବାର ଆରଟିଆଇ ମଗାଯାଉଥିବା ନେଇ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
 ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାମ ଗୋଟିଏ ଗୋଷ୍ଠୀ କରୁଥିବା ଅନ୍ୟ ଏକ ଗୋଷ୍ଠୀ ଏହାକୁ ନିମ୍ନମାନର କରାଯାଇ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶଙ୍କ ଠାରେ ଅଭିଯୋଗ ଆଣିବା ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରର ଏକ ଟେକ୍ନିକାଲ ଟିମ୍ ପଞ୍ଚାୟତକୁ ଅନୁଧ୍ୟାନ କରିଥିଲେ । ନିର୍ମାଣଧୀନ ପ୍ରକଳ୍ପ ଗୁଡିକ ତଦନ୍ତ ପରିସର ଭୁକ୍ତରେ ଥିବାବେଳେ ସେହି କାମ ପାଇଁ ପୁଣି ପଞ୍ଚାୟତର କିଛି ବ୍ୟକ୍ତି ସୂଚନା ଅଧିକାର ଆଇନ ଆଧାରରେ ତଥ୍ୟ ମଗାଯାଇଛି । ଏହାକୁ ବିରୋଧରେ କରି ପଞ୍ଚାୟତ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ବହୁ ଜନସାଧାରଣ ଛତ୍ରପୁର ବ୍ଲକର ଭାରପ୍ରାପ୍ତ ବିଡିଓ ପ୍ରକାଶ କୁମାର ମିଶ୍ରଙ୍କ ଠାରେ ଅଭିଯୋଗ କରିଛନ୍ତି ।
ପଞ୍ଚାୟତର ଜଣେ ଜୈନିକ ବ୍ୟକ୍ତି ବାରମ୍ବାର ସୂଚନା ଅଧିକାର ଆଇନ ଆଧାରାରେ ଆରଟିଆଇ ପକାଇ ବିଭିନ୍ନ ଉନ୍ନୟନ ମୂଳକ କାମରେ ବାଧା ସୃଷ୍ଟି କରୁଛନ୍ତି । ଏଣୁ ଏଦିଗରେ ପଦକ୍ଷେପ ନେବାକୁ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ଜନସାଧାରଣ ଦାବି କରିଥିଲେ ।
 ଅନ୍ୟପକ୍ଷରେ ଭାରପ୍ରାପ୍ତ ବିଡିଓ ଶ୍ରୀ ମିଶ୍ର କହିଛନ୍ତି, ପୂର୍ବରୁ ପଞ୍ଚାୟତରେ ନିର୍ମାଣଧୀନ କେତେକ ପ୍ରକଳ୍ପ କାମ ନ ହୋଇ ବିଲ୍ ହୋଇଥିବା ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା
କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଏକ ପ୍ରତିନିଧି ଦଳ ପଞ୍ଚାୟତକୁ ଯାଇ ତଦନ୍ତ କରିଛନ୍ତି । ଏହାସହ ବ୍ଲକ ପକ୍ଷରୁ ଉକ୍ତ ପ୍ରକଳ୍ପ କାମ ତଦନ୍ତ ହୋଇ ରିପୋର୍ଟ ଆସିନାହିଁ । ଏଣୁ ଏଦିଗରେ ଯାହା ସଠିକ୍ ତାହାକୁ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଟେକ୍ନିକାଲ ଟିମ୍‌ର ଜଣେ ସଦସ୍ୟ କହିଛନ୍ତି ଯେ, ଅଭିଯୋଗ ପରେ ତଦନ୍ତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ରିପୋର୍ଟ ପ୍ରଦାନ କରାଯାଇ ନାହିଁ । ଯାହା ତଦନ୍ତ ପରିସର ଭୁକ୍ତ ନଜିର ହୋଇଛି ସେହି ଆଧାରରେ ରିପୋର୍ଟ ଦିଆଯିବ ।
Nalco
Leave A Reply