Odisha news

ଛତ୍ରପୁର ରୁ ପୁଣି ଜଣେ କୋଭିଡ ଯୋଦ୍ଧା ସମେତ ୧୬ କରୋନା ପଜିଟିଭ ଚିହ୍ନଟ

0

ଛତ୍ରପୁର  ୧୧।୭: ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଛତ୍ରପୁର ବ୍ଲକ ଓ ଏନଏସି ଅଂଚଳ ରୁ ଶନିବାର ପୁଣି ୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର ହୋଇଥିବା ଜଣାପଡିଛି । ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୋଭିଡ଼ ଯୋଦ୍ଧା ରହିଥିବା ସୂଚନା ମିଳିଛି l     ଆଜି ଛତ୍ରପୁର ଏନଏ ସି ର ଷ୍ଟେସନରୋଡ଼ ସାହି ରୁ ଜଣେ,  ତିରୁପତିରାଓପେଟା ସାହି ରୁ ଦୁଇ ଜଣ ଏବଂ କଳ୍ପବାସୀ ନଗର ସାହିର ଗୋଟିଏ ପରିବାର ରୁ ଚାରି ଜଣ   କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବେଳେ ଆଉ ବଳକା ୯ଜଣ ଛତ୍ରପୁର ବ୍ଲକର କେତକ ପଂଚାୟତ ରୁ  ଚି଼ହ୍ନଟ ହୋଇଛନ୍ତି l  ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ଅବସରରେ ଛତ୍ରପୁର ବ୍ଲକ ଓ ଏନଏସି ର ବିଭିନ୍ନ ଅଂଚଳ ରେ ବିଶୋଧକ ସିଞ୍ଚନ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply