Odisha news

ଛତ୍ରପୁର ଏନଏସି ୧୪ ନଂ ୱାର୍ଡରେ ପିଇବା ପାଣି ସମସ୍ୟା , ସମାଧାନ ନେଇ ଜିଲାପାଳଙ୍କ ନିକଟରେ ଫେରାଦ

0

ଛତ୍ରପୁର,୧୨/୭ : ଛତ୍ରପୁର ଏନଏସି ୧୪ ନଂ ୱାର୍ଡରେ ପିଇବା ପାଣି ସମସ୍ୟା ହେଉଥିବାରୁ ଏହାର ସମାଧାନ ନେଇ ଜିଲାପାଳ ନିକଟରେ ଫେରାଦ ହୋଇଛନ୍ତି ସାହି ବାସିନ୍ଦା । ଏହି ପାଣି ସମସ୍ୟା ଆଜିର ନୁହେଁ ଦିର୍ଘ ୩ବର୍ଷ ହେଲା ୱାର୍ଡର ରାମକୃଷ୍ଣନଗର, ନୁଆଂ ପୁଲିସ ଲାଇନ, ହରିଜନ ସାହି,କାଳିମନ୍ଦିର ସାହି ସମେତ ଅନ୍ୟ ସାହି ମଧ୍ୟ ଟୋପାଏ ପିଇବା ପାଣି ଠିକସେ ମୁଳୁନଥିବା ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି କହିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଆସୁଥିଲେ ବି କେବଳ ପ୍ରତିଶୃତି ମିଳୁଛି କିନ୍ତୁ ଏହାର କୈାଣସି ସ୍ଥାୟୀ ସମାଧାନ ହେଉନଥିବା କହିଥିଲେ । ତୁରନ୍ତ ପାଣି ସମସ୍ୟା ନେଇ ଏକ ବୈଠକ କରି ଏହାର କିପରି ସମାଧାନ ହୋଇପାରିବ ବୋଲି ଜିଲାପାଳ ସାହି ବାସିନ୍ଦାମାନଙ୍କୁ କହିଥିଲେ । ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନବେଳେ ୧୪ ୱାର୍ଡର କାଉନଂସିଲର ଏମ୍‌.ଅରୁନ୍ଧତୀ ରେଡ୍ଡି, ସଂଜିତ କୁମାର ରାଉଳ, ଅହଲ୍ୟା ଗୈାଡ, ନିବେଦିତା ପଣ୍ଡା,ନିଶାରାଣୀ ପାତ୍ର,କେ.ଚନ୍ଦ୍ର ଶେଖର ରେଡି ପ୍ରମୁଖ ଉପସ୍ଥିତ ଥିଲେ ।

IEC 2 years
Leave A Reply