Odisha news

କଣମଣା ପଞ୍ଚାୟତରେ ବ୍ଲକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧନା

0
ଛତ୍ରପୁର ୨୨/୫ ; ଋବିବାର ଅପରାହ୍ନରେ ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସଙ୍କ ସମେତ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଓ ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କୁ କଣମଣା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିପୁଳ ମାତ୍ରାରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପଞ୍ଚାୟତ ନିର୍ବାଚନ ପରେ ଏହି ବିଜୟୀ ଶୋଭାଯାତ୍ରା ହୋଇଥିବାରୁ ଆଜି ବହୁ ଜନସାଧାରଣ ଏଥିରେ ସାମିଲ ହୋଇଥିଲେ ।
 ପ୍ରାରମ୍ଭରେ ତରେଇପାଟପୁର ଗ୍ରାମରେ ବ୍ଲକ ଅଧ୍ୟକ୍ଷା କିରନ କୁମାରୀ ଦାସ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କ ସହ ବହୁ ଜନପ୍ରତିନିଧୀ ଏବଂ ନେତା ମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ସେଠାରୁ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପଞ୍ଚାୟତର ପୁରୁଣାଛତ୍ରପୁର, ଟାକିରିଆବ୍ରହ୍ମପୁର , କଣମଣା, ଚଷାକଣମଣା, ମାଟିଖାଲ ସମେତ ବିଭିନ୍ନ ଅଂଚଳ ପରିକ୍ରମା କରିଥିଲେ । ଅଂଚଳ ଲୋକମାନେ ସେମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇବା ସହ ଆଦର ସହକାରେ ସେମାନଙ୍କୁ ଗ୍ରାମକୁ ପାଛୋଟି ନେଇଥିଲେ । ଏହି କାର୍ଯ୍ୟକ୍ରମରେ କଣମଣା ପଞ୍ଚାୟତର ବିଜେଡି ନେତା ତଥା ଆଇନଜିବୀ ପି.ଧର୍ମା ରେଡ୍ଡୀ, ପୂର୍ବତନ ବିଧାୟକଙ୍କ ପ୍ରତିନିଧୀ ଏନ.ୱାର୍ଦ୍ଧରାଜୁଲୁ ରେଡ୍ଡୀ, ବାଦଲ କୁମାର ବେହେରା, ନାଏବ ସରପଞ୍ଚ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନା ଦାସ ଓ ଏସ.କିଶୋର ରେଡ୍ଡୀ, ଯୁବନେତା ବାପି ଦାସ, ପୁର୍ବତନ ସମିତି ସଭ୍ୟ ଏନ.ଦୁର୍ଯ୍ୟୋଧନ ରେଡ୍ଡୀ, ଜ୍ୟୋତି ରଂଜନ ସାହୁ ଓ ଅଶୋକ କୁମାର ପାଣିଗ୍ରାହୀ , ପୂର୍ବତନ ବ୍ଲକ ବିଜେଡି ସଭାପତି ସପନେଶ୍ୱର ନାହାକ, ଜଗନ୍ନାଥ ସାବତ, ବିଜୟ କୁମାର ପଣ୍ଡା, ଭବାନୀ ପାଣିଗ୍ରାହୀ ଜି.ଦିଲେଶ୍ୱର ରେଡ୍ଡୀଙ୍କ ସମେତ ଶତାଧୀକ ସମର୍ଥକ ମାନେ ଉପସ୍ଥିୁତ ଥିଲେ ।
Leave A Reply