ଛତ୍ରପୁର,୧୭/୫ : ଛତ୍ରପୁର ବ୍ଲକ ଟାଙ୍ଗଣାପଲ୍ଲୀ ଗ୍ରାମ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଗୁଣାତ୍ମକ ଶିକ୍ଷାର ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଟାଙ୍ଗଣାପଲ୍ଲୀ ସରପଞ୍ଚ ବି.ସୁଦାମଙ୍କ ପୌରହିତ୍ୟରେ କେରାଣ୍ଡିତୋଳା ନାରାୟଣପୁର ଉଚ୍ଚ ପ୍ରଥାମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସିତାରାମ ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ କୋରା ମହାରଣା, ଶିକ୍ଷକ ନେତା ସୋମନାଥ ସାହୁ, ମିଳିତ ଶିକ୍ଷକ ସଂଘର ସଭାପତି ଜନାର୍ଦ୍ଦନ ଶତପଥୀ, ସଂପାଦିକା ରୀତା ରଥ, ଉପସଭାପତି ଚନ୍ଦ୍ରଶେଖର ପ୍ରଧାନ, ସହ ସଂପାଦକ ଧବଳେଶ୍ୱର ସେଠୀ, ଉପଦେଷ୍ଟା ଜିତେନ୍ଦ୍ର ନାଥ ପଟ୍ଟନାୟକ ଓ ପଞ୍ଚାନନ ତ୍ରିପାଠୀ, ଶିକ୍ଷକ ଗଙ୍ଗାଧର ନାହକ ଓ ସୁନୀଲ କୁମାର ଶତପଥୀ, ସମିତିସଭ୍ୟା ମିନା କୁମାରୀ ସାହୁ, ସିଆରସିସି ଉଷାରାଣୀ ପାତ୍ର, ପଞ୍ଚାୟତର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ, ସହ ଶିକ୍ଷକ ଓ ଶିକ୍ଷୟିତ୍ରୀ, ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା, ବିଦ୍ୟାଳୟ ପରିଚାଳନା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତରେ ଥିବା ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ଏବଂ ସମୃଦ୍ଧି ନେଇ ଆଲୋଚନା କରାଯାଇଥିଲା ।