Odisha news

ଜାତୀୟ ପଞ୍ଚାୟତରାଜ ଦିବସ ଅବସରରେ ଚମାଖଣ୍ଡି ପଂଚାୟତ କାର୍ଯ୍ୟାଳୟ ଠାରେ ସ୍ୱତନ୍ତ୍ର ଗ୍ରାମସଭା

0

ଛତ୍ରପୁର ୨୪/୪ : ଜାତୀୟ ପଂଚାୟତରାଜ ଦିବସ ପାଳନ ଅବସରରେ ସ୍ଥାନୀୟ ବ୍ଲକର ଚମାଖଣ୍ଡି ପଂଚାୟତ କାର୍ଯ୍ୟାଳୟ ଠାରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସିଏଚ୍‌. ମନୋଜ କୁମାର ରେଡ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପଂଚାୟତ ଅଧିକାରୀ ଗୁରୁଭା ସିଂ ଯୋଗ ଦେଇ ଗ୍ରାମ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ଭିଏଲଡବ୍ଲୁ ସନ୍ତୋଷ କୁମାର ବେହେରା, ସମିତିସଭ୍ୟ ଚେନ୍ଦ୍ରେୟା ରେଡ୍ଡି, ପୂର୍ବତନ ସରପଞ୍ଚ ସୁଶ୍ମିତା ପ୍ରଧାନ, ନାଏବ ସରପଞ୍ଚ ନିରୁପମା ରେଡ୍ଡି, ପଂଚାୟତ ସଭାପତି ଏନ. କାମରାଜୁ ରେଡ୍ଡି, ଗ୍ରାମ ବିକାଶର ସଂଯୋଜକ ହାଡୁବନ୍ଧୁ ସେଠୀ, ଚମାଖଣ୍ଡି ଥାନାର ଶ୍ରାବଣୀ ନାୟକ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ପଞ୍ଚାୟତକୁ ଏକ ଦାରିଦ୍ର‌୍ୟ ମୁକ୍ତ ପଂଚାୟତ ଭାବେ ପ୍ରତିଷ୍ଠା କରିବା ପାଇଁ ସଂକଳ୍ପ ପାଠ କରାଯ।।ଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତର ଜିଆରଏସ ଏ. ଦଣ୍ଡପାଣିି, ୱାର୍ଡ ସଭ୍ୟ, ଗାଁ ସାଥି, ସିଆରପି ସଦସ୍ୟା, ଏମବିକେ, ବ୍ୟାଙ୍କ ମିତ୍ର ମାନଙ୍କ ସହିତ ବହୁ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ଉପସ୍ଥିତ ଥିଲେ ।

IEC 2 years
Leave A Reply