Odisha news

ସୁନାଥର ଗ୍ରାମକୁ ପାଣି ଉଠାଇବା ପାଇଁ ପାଲିଆମା ମୈାଜାରେ ଆରମ୍ଭ କରାଯାଇଥିବା ପ୍ରକଲ୍ପକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ପାଲିଆମା ଗ୍ରାମବାସୀ

ଛତ୍ରପୁର  : ପଞ୍ଚାୟତରାଜ ଓ ପାନୀୟ କଳ ପ୍ରକଳ୍ପ ମାଧ୍ୟମରେ ସୁନାଥର ଗ୍ରାମକୁ ପାଣି ଉଠାଇବା ପାଇଁ ପାଲିଆମା ମୈାଜାରେ ଆରମ୍ଭ କରାଯାଇଥିବା ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ଦାବୀ ନେଇ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ଗ୍ରାମପଞ୍ଚାୟତର ପାଲିଆମା ଗ୍ରାମବାସୀ ଗୁରୁବାର ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏହି ପ୍ରକଳ୍ପ ପାଲିଆମା ଠାରେ କରିଲେ ଗ୍ରାମବାସୀ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ସେଥି ନିମନ୍ତେ ଏହି ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ନିମନ୍ତେ ଗ୍ରାମର ଶତାଧିକ ଜନସାଧାରଣ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାର ଖେସ୍ ଙ୍କୁ ଭେଟି ପ୍ରଦାନ କରିଛନ୍ତି । ଏହାସହିତ ପାଲିଆମା ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜାନୁୟାରୀ, ଫେବୃୟାରୀ ଓମାର୍ଚ୍ଚ ମାସ ବେଳକୁ ଗ୍ରାମରେ ଜଳ ସଂକଟ ଦେଖାଦେବ ଏବଂ ଉଠା ଜଳସେଚନ ଗୁଡିକର ଜଳସ୍ତର ମଧ୍ୟ କମିଯିବ । ଯାହାଫଳରେ ରବି ଫସଲ କରୁଥିବା ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ସୁନାଥର ଅନ୍ୟ ପଞ୍ଚାୟତରେ ଅଛି । ପାଲିଆମା ଗ୍ରାମରେ ପାନୀୟ ଜଳ ବ୍ୟବବହାର ପାଇଁ ଘରୋଇ ବୋରୱେଲ ଓ କୂପ ପ୍ରାୟ ଶତାଧୀକ ଅଛି । ସର୍ବସାଧାରଣ ବ୍ୟବହାର କରୁଥିବା ପୋଖରୀ ପ୍ରାୟ ଚାରିଗୋଟି ଅଛି । ଏଣୁ ଉକ୍ତ ପଞ୍ଚାୟତରାଜ ପାନୀୟକଳ ପ୍ରକଳ୍ପକୁ ପାଲିଆମା ମୈାଜାରେ କରା ନଯ।।ଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି । ନଚେତ୍ ଆଗାମୀ ଦିନରେ ଗ୍ରାମବାସୀଙ୍କ ସ୍ୱାର୍ଥ ନିମନ୍ତେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ମଧ୍ୟ ସେମାନେ କହିଥିଲେ । ଏହି ସ୍ମାରକ ପତ୍ର ପ୍ରଦାନ ବେଳେ କନ୍ଧ ନାହାକ, ଭଗବାନ ବସ୍ତିଆ, କାମନା ନାହାକ, ମାଧବ ନାହାକ, ଲକ୍ଷ୍ମଣ ନାହାକ, ସଂଜୟ ପ୍ରଧାନ, ମୃତ୍ୟୁଜଂୟ ନାୟକ, ଆଦିତ୍ୟ କୁମାର ନାୟକ, ସୁରେଶ ଚନ୍ଦ୍ର ନାହାକ, ନୀରଜଂନ ନାୟକ, ହରିଚନ୍ଦ୍ର ନାହାକ, କୃଷ୍ଣ ଚନ୍ଦ୍ର ପ୍ରଧାନ, କାର୍ତ୍ତିକ ନାହାକ, ପଙ୍କଜ ବସ୍ତିଆ, କାଳିଆ ସେଠୀ, ଅରୁଣ କୁମାର ନାହାକଙ୍କ ବହୁ ଶତାଧୀକ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।

Comments are closed.