Odisha news

ଛତ୍ରପୁରରେ ଗଡିଲାନି ରଥ : ମନ୍ଦିର ଭିତରେ ପାଳନ ହେଲା ମହାପ୍ରଭୁଙ୍କ ରିତୀନୀତି , ଜଗନ୍ନାଥଙ୍କୁ ଦର୍ଶନ ନ କରି ନିରାଶ ହେଲେ ଭକ୍ତ

ଛତ୍ରପୁର ୧୨/୭ : କରୋନା ଯୋଗୁଁ ଚାରିଆଡେ ସମସ୍ତ ପର୍ବ ପର୍ବାଣି ପାଳନ ଉପରେ ରୋକ ଲଗାଯାଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କୁ ନେଇ ଗତ ବର୍ଷ ବହୁ ବାଦ ବିବାଦ ପରେ ଶ୍ରୀକ୍ଷେତ୍ର ପୁରୀକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଳନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ଠିକ୍ ସେହିପରି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ କୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ପାଳନ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପୁରୀ କୁ ଛାଡିଦେଲେ ଅନ୍ୟ ସମସ୍ତ ଅଂଚଳରେ କେବଳ କିଛି ସେବାୟତ ମାନଙ୍କୁ ନେଇ ମନ୍ଦିର ପରିସର ମଧ୍ୟରେ ମହାପ୍ରଭୁଙ୍କ ରୀତିନୀତି ପାଳନ କରିବା ପାଇଁ ଅନୁମତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସୋମବାର ପବିତ୍ର ରଥଯାତ୍ରା ଅବସରରେ ଛତ୍ରପୁର ତାଡେପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ଅସ୍ଥାୟୀ ରଥ ନିର୍ମାଣ କରାଯାଇ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଉପବେସନ କରାଯାଇଥିଲା । ସକାଳୁ ସକାଳୁ ମହାପ୍ରଭୁଙ୍କ ରିତୀନୀତି ଅନୁସାରେ ପୁଜାର୍ଚ୍ଚନା କରାଯାଇ ସକାଳ ୯ ଟାରେ ତିନି ଠାକୁରଙ୍କ ପହଣ୍ଡି କରାଯାଇ ଅସ୍ଥାୟୀ ରଥ ଉପରେ ଉପବେସନ କରାଯାଇଥିଲା । ପରେ ରଥ ଉପରେ ଶ୍ରୀ ଜିଉଙ୍କ ଆଳତି କରାଯାଇଥିଲା । ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ଅନୁଯାୟୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ମନ୍ଦିର ର ମୁଖ୍ୟ ଦ୍ୱାରକୁ ବନ୍ଦ ରଖାଯାଇ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯାଇଥିଲା । ଫଳରେ ବହୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରିଛନ୍ତି ।

ମନ୍ଦିର ପରିସରରେ କିଛି ସେବାୟତ ମାନଙ୍କୁ ନେଇ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ପୂଜକ ରାଜେନ୍ଦ୍ର ଶତପଥୀଙ୍କ ପୌରାହିତ୍ୟରେ ଅସ୍ଥାୟୀ ରଥରେ ଲାଗିଥିବା ସାରଥୀ ଓ ଦଧୀ ନଉତିର ର ପୁଜାର୍ଚ୍ଚନା କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟିର ଆଦିକନ୍ଦ ପାଣିଗ୍ରାହୀ, ଜଗବନ୍ଧୁ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଚୈାଧୁରୀ, ଭାଗବତ ପ୍ରସାଦ ମହାପାତ୍ର, ମନୁ ସେନାପତି, କୃଷ୍ଣ ସାହୁ, ଅସିତ ପଟ୍ଟନାୟକ, ସୁଧୀର କାନ୍ତ ରଥ, ଏନ୍ ପ୍ରଭାକର, ସନ୍ତୋଷ ମିଶ୍ର, ଗୋବିନ୍ଦ ମିଶ୍ର, ସତ୍ୟବ୍ରତ ପାଣିଗ୍ରାହୀ, ଦାଶରଥୀ ନେପାକ, ଏନ୍ ଜଗଦିଶ ରାଓ, ପିଙ୍କୁ ପାଢୀ, ମହାଶକ୍ତି ବଣିକ ସଂଘର ସଭାପତି କିଶୋର ସେନାପତି, ମୁନା ପଣ୍ଡା ଏବଂ ଅନ୍ୟ ସଭ୍ୟ ମାନେ ଉପସ୍ଥିତ ଥଲେ । ସେହିପରି ଛତ୍ରପୁର ସହର ସ୍ଥିତ ରେଡ୍ଡି ସାହି ଜଗନ୍ନାଥ ମନ୍ଦିର, ମେଦିରୀ ସାହି ସ୍ଥିତ ଦାସିରି ଜଗନ୍ନାଥ ମନ୍ଦିର, ବିପୁଳିଙ୍ଗି ସ୍ଥିତ ବିରିସିଂ ଜଗନ୍ନାଥ ମନ୍ଦିର ପରିସରରେ ରଥଯାତ୍ରା ପାଳନ ହୋଇଛି । କରୋନା ମହାମାରୀ ଯୋଗୁଁ ପ୍ରାୟ ଦୁଇ ବର୍ଷ ହେଲା ମନ୍ଦିର ବନ୍ଦ ଥିବା ବେଳେ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରାରେ ଭକ୍ତ ଭଗବାନଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି ।

Comments are closed.