Odisha news

ବହୁ ପୁରାତନ ଅନସ୍ଲୋ ହାଇସ୍କୁଲ ର ଭିତ୍ତିଭୁମି ବିକାଶ କାର୍ଯ୍ୟର ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର ୦୬/୭ : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଥିବା ଏ÷÷ତିହ୍ୟ ସମ୍ପନ୍ନ ବିଦ୍ୟାଳୟ ଅନସ୍ଲୋ ହାଇସ୍କୁଲକୁ ଏବେ ସ୍ମାର୍ଟ ବିଦ୍ୟାଳୟରେ ପରିବର୍ତ୍ତନ କରି ଶିକ୍ଷାଦାନ ପ୍ରକ୍ରିୟାକୁ ଆହୁରୀ କ୍ରିୟାଶୀଳ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଚେଷ୍ଟା ଆରମ୍ବ କରିଛି । ଏବେ ଜିଲ୍ଲାର କିଛି ବିଦ୍ୟାଳୟକୁ ଚିହ୍ନଟ କରି ସେ ଗୁଡିକୁ ସ୍ମାର୍ଟ ବିଦ୍ୟାଳୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ଚମାଖଣ୍ଡି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ, ନରେନ୍ଦ୍ରପୁର ହାଇସ୍କୁଲ ଓ ଅନସ୍ଲୋ ସରକାରୀ ହାଇସ୍କୁଲର ବିଦ୍ୟାଳୟ କୁ ସାମିଲ କରାଯାଇଛି । ବିଦ୍ୟାଳୟ ପରିବର୍ତ୍ତନ ନାମକ ଏହି କାର୍ଯ୍ୟକ୍ରମରେ ଚିହ୍ନଟ ବିଦ୍ୟାଳୟ ପରିସରରେ ପ୍ରାଥମିକ ପର୍ଯ୍ୟାୟରେ ୨/୩ ଟି ସ୍ମାର୍ଟ ଶ୍ରେଣୀ ସହ ଉନ୍ନତ ମାନର ବିଜ୍ଞାନାଗାର, ଇ ଲାଇବ୍ରେରୀ, ଉନ୍ନତ ମାନର ଆଧୁନିକ ଶୌଚାଳୟ, ସ୍ମାର୍ଟ ଲେବ୍ରୋଟରୀ ଓ କ୍ରୀଡା କ୍ଷେତ୍ର ସୁବିଧା ଏକ ପରିସୀମା ଭିତରେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ବିଦ୍ୟାଳୟକୁ ୪୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ଛତ୍ରପୁର ବ୍ଲକର ତିନୋଟି ହାଇସ୍କୁଲକୁ ପଂଚାୟତ ସମିତି ଆନୁକୁଲ୍ୟରେ ପ୍ରସ୍ତୁତ ଓ ଏହି ଯୋଜଣାର ସୁଫଳ ରୁପାୟନ ପାଇଁ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରଥମେ ଅନସ୍ଲୋ ହାଇସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ରୁପରେଖ ପରିବର୍ତ୍ତନ ର ଅଗ୍ରଗତି ଓ ଭିତ୍ତି ଭୁମିର ତଦାରଖ କରିଛନ୍ତି । ଏହା ସହିତ ଏହି କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ହାଇସ୍କୁଲ ପରିସରରେ ଥିବା ଏକ ଏ÷÷ତିହ୍ୟ ସମ୍ପନ୍ନ କୋଠା କୁ ନ ଭାଙ୍ଗିବା ପାଇଁ ଜିଲ୍ଲାପାଳ ତାଗିତ କରିବା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ଆସିଥିବା ଟଙ୍କା ଠିକ ରୁପେ ବିନିଯୋଗ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସ୍କୁଲ ପରିସରରେ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବସ୍ମିତା ମହାନ୍ତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ ପ୍ରଧାନ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, , ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ଅନସ୍ଲୋ ହାଇସ୍କୁଲ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅମୃତା ପାଣିଗ୍ରାହୀ, ଶିକ୍ଷୟତ୍ରୀ ଦେବସ୍ମିତା ମହାନ୍ତି, ତୁହିନା ମହାପାତ୍ର, ବାଉରି ବନ୍ଧୁ ପଣ୍ଡା, କିରାଣି ସରୋଜ ପାଢି, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ପଣ୍ଡା , କନିଷ୍ଠ ଯନ୍ତ୍ରୀ ଚନ୍ଦ୍ର ଶେଖର ଷଡଙ୍ଗୀ, ଆଲୁମିନି ସମ୍ପାଦକ ଶ୍ରୀକାନ୍ତ ମହାନ୍ତି , ପୁର୍ବତନ ଛାତ୍ର ଅରୁଣ ଶତପଥୀ, ୟୁଥ ମାସ ସେବା ସଂଘର ସୟଦ ମୁକ୍ତାର, , ରାଜେନ୍ଦ୍ର ସାହୁ ଙ୍କ ସମେତ ବହୁ ଛାତ୍ର ମାନେ ଉପସ୍ଥିତ ଥିଲେ । ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୁରଣ କରିବା ନିମନ୍ତେ ବହୁ ପୁରାତନ ଛାତ୍ର ମାନେ ଦାବୀ କରିଛନ୍ତି ।

Comments are closed.