ଛତ୍ରପୁର ୨୨/୨ : ଜିଲ୍ଲାରେ ଧାନ କିଣା ଅବ୍ୟବସ୍ଥାରେ ଚାଲିଛି । ଧାନ ଅଛି ଟାର୍ଗେଟ ନାହିଁ । ବହୁ ଚାଷୀଙ୍କ ଟୋକନ ଅବଧି ସରିବାକୁ ଗଲାଣି । ଆଉ କେତେ ଚାଷୀଙ୍କ ଟୋକନ ସରି ଲାବସ୍ ହୋଇଗଲାଣି । ହେଲେ ସୁଦ୍ଧା ଚାଷୀଙ୍କ ଦୁଃଖ କିଏ ବୁଝିବାକୁ ନାହିଁା ଏନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନେ୍ଦାଳନ ଚାଲିଥିଲେ କୈାଣସି କାର୍ଯ୍ୟକାରୀ ହେଉନାହିଁ । ଯାହାଫଳରେ ଚାଷୀକୂଳ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ।
ଚାଷୀଙ୍କ ଧାନ କିଣିବାରେ ପ୍ରଶାସନର ଅବହେଳା ଓ ଟାଳଟୁଳ ନୀତିର ପ୍ରତିବାଦ ସହ ତୁରନ୍ତ ସମସ୍ତ ପଞ୍ଜିକୃତ ଚାଷୀମାନଙ୍କର ଧାନ କିଣିବା ଦାବି ନେଇ ଆଜି ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଆନେ୍ଦାଳନକୁ ଓହ୍ଲାଇଛନ୍ତି । ଏହି ଆନେ୍ଦାଳନରେ ଟୋକନ୍ ପାଇଥିବା ସମସ୍ତ ମହିଳା, ପୁରୁଷ ଚାଷୀ ମାନେ ଯୋଗ ଦେଇ ଜିଲ୍ଲା ପ୍ରଶାସନଙ୍କ ବିରୋଧରେ ରଣହୁଙ୍କାର ଦେଇଛନ୍ତି । ବର୍ଷ ତମାମ୍ ସେମାନେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଧାନକୁ ବିକ୍ରି କଲେ ସେମାନେ ବିଭିନ୍ନ କାର୍ଯ୍ୟରେ ଲଗାଇବେ ବୋଲି ଅନାଇ ବସିଥିବା ବେଳେ ତାହା ବାସ୍ତବରେ କାର୍ଯ୍ୟକାରୀ ହୋଇପାରୁନି । ଯାହା ଫଳରେ ସେମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇ ଗତି କରୁଛନ୍ତି । ଏପଟେ ସୋସାଇଟି ସମ୍ପାଦକ ଓ ମିଲର୍ ମାନେ ବିଭିନ୍ନ ଆଳ ଦେଖାଇ ସେମାନଙ୍କର ଧାନ କିଣି ନାହାନ୍ତି ।
ଅଣ ଚାଷୀ ମାନଙ୍କର ଧାନ କିଣୁଥିଲେ ସୁଦ୍ଧା ଟାଗେଟ୍ ର ବାହାନା ଦେଖାଇ ପ୍ରକୃତ ଚାଷୀ ମାନଙ୍କର ଧାନ କିଣାଯାଉନାହିଁ । ତେଣୁ ସେମାନଙ୍କ ଅମଳ କରିଥିବା ଧାନ ଗୁଡ଼ିକୁ ନକିଣାଗଲେ ଆଗାମୀ ଦିନରେ ବଡ଼ ଧରଣର ଆନେ୍ଦାଳନ କରାଯିବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି । ଜିଲ୍ଲାରେ ୧ଲକ୍ଷ ୩୯ହଜାର ୬୪୦ଜଣ ଚାଷୀ ପଞ୍ଜିକରଣ କରିଥିଲେ ସୁଦ୍ଧା ଆଜି ସୁଦ୍ଧା ୬୩ ହଜାର ଟୋକନରେ ଚାଷୀଙ୍କ ଧାନ କିଣିବାକୁ ବାକିଅଛି । ଫଳରେ ଧାନ ଖଳା ଓ ମଣ୍ଡିରେ ପଡ଼ି ରହି ମୁଷା, ଗାଈଗୋରୁ ଖାଇ ନଷ୍ଟ କରୁଛନ୍ତି ।
କେତେକ ଚାଷୀଙ୍କର ଟୋକନ୍ ଅବଧି ସରି ଯାଇଥିବା ବେଳେ କେତେକ ଚାଷୀଙ୍କ ଟୋକନ୍ ଆସିନାହିଁ । ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣିବା ପାଇଁ ୮ଲକ୍ଷ ମେଟ୍ରିକ୍ ଟନ୍ ଆବଶ୍ୟକ ଥିବା ବେଳେ ମାତ୍ର ୩.୭ ଲକ୍ଷ ମେଟି୍ରକ୍ ଟନ୍ ଟାର୍ଗେଟ୍ ଆସିଛି । ଅନୁ୍ୟନ ୨ଲକ୍ଷ ମେଟ୍ରିକ୍ ଟନ୍ ଏକାଥରକେ ଟାର୍ଗେଟ୍ ଦେଲେ ଧାନ କିଣା ଠିକ୍ ସମୟରେ ହୋଇ ପାରିବ ବୋଲି ବହୁ ଚାଷୀ ନେତା ମାନେ ଦାବି କରିଛନ୍ତି । ଗଞ୍ଜାମ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ହୋଇଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆବଶ୍ୟକୀୟ ଅନୁଯାୟୀ ଟାର୍ଗେଟ୍ ପ୍ରଦାନ କରିନଥିବାରୁ ବହୁ ଚାଷୀ ମାନେ ଏହାକୁ ନିନ୍ଦା କରିଥିଲେ ।
ଯେଉଁ ପର୍ଯ୍ୟନ୍ତ ସେମାନଙ୍କୁ ଧାନ କିଣିବା ନିମନ୍ତେ ଲିଖିତ ପ୍ରତିଶ୍ରୁତି ଦିଆଯାଇନାହିଁ ସେ ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁ ରହିବ ବୋଲି ଆନେ୍ଦାଳନକାରୀମାନେ ସେମାନଙ୍କୁ ଜିଦ୍ ରେ ଅଟକ ରହିଥିଲେ । ଦୀର୍ଘ ଘଣ୍ଟାଧରି ଧାନ ବସ୍ତା ଧରି ଜିଲ୍ଲାପାଳଙ୍କ ମୁଖ୍ୟଫାଟକ ସମ୍ମୁଖରେ ଚାଷୀମାନେ ହୋହାଲ କରିବାସହ ତାଲା ପକାଇଦେଇଥିଲେ । ଏହାର ସୂଚନାପାଇ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲପାଳ(ସାଧାରଣ) କବିନ୍ଦ୍ର କୁମାର ସାହୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମା ଶଙ୍କର ପତି ଆନେ୍ଦାଳନସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ସହ ଟୋକନ ପାଇଥିବା ଚାଷୀଙ୍କ ଧାନ ପର୍ଯ୍ୟାୟକ୍ରମେ କିଣିା ଯିବ ଏବଂ ଟୋକନ ଅବଧୀ ଶେଷ ହୋଇଥିବା ଚାଷୀମାନଙ୍କ ଧାନ କିଣାଯିବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ପ୍ରତିଶୃତି ଦେଇଥିଲେ ।
ପରେ ଚାଷୀମାନେ ଆନେ୍ଦାଳନରୁ ଓହରିଥିଲେ ।ଏହି ଆନେ୍ଦାଳନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତି୍ରପାଠୀ, ଋଷିକୁଲ୍ୟା ରୟତ ମହାସଭାର ମୁଖ୍ୟ ଉପଦେଷ୍ଟା ପ୍ରଫୁଲ କୁମାର ସାମନ୍ତରାୟ, ସମ୍ପାଦକ ସିମାଂଚଳ ନାହାକ, ନବ ନିର୍ମାଣ କୃଷକ ସଂଗଠନର ଇଜୁ ଆମିନ୍ ଖାନ୍, ସିପିଆଇ ଜିଲ୍ଲା ସହ ସଂପାଦକ ନୀଳକଣ୍ଠ ଦାସ, ଦୂର୍ଯେ୍ୟାଧନ ନାହାକ, ରାଜେନ୍ଦ୍ର ନାହାକ, ବିଜୟ ମୁଦୁଲି, ଆଇନଜୀବୀ ସୁମା ଦାସ, ସିପିଆଇ (ଏମ୍ ଏଲ୍) ରେଡ୍ ଷ୍ଟାର୍ ର ଶଙ୍କର ସାହୁ, ନିରଞ୍ଜନ ସ୍ୱାଇଁ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀଙ୍କ ସମେତ ଜିଲ୍ଲାର ବହୁ ଚାଷୀସଂଗଠନ ଏବଂ ଚାଷୀ ଓ ଚାଷୀନେତା ମାନେ ଯୋଗ େଇଥିଲେ ।
ଅନ୍ୟପଟେ ମାଜିଷ୍ଟ୍ରେଟ୍ ଭାବେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟ ରାୟ ଓ ଏକ ପ୍ଲାଟୁନ୍ ପୁଲିସ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।
