ଛତ୍ରପୁର,୩/୭: କରୋନା କୁ ନେଇ ଗଂଜାମ ଏବେ ଫୋକସରେ । ଆଜି ଗୋଟାଏ ଦିନରେ ୨୮୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨ଜଣଙ୍କ ଜୀବନ ନେଇଛି କରୋନା । ଆଗକୁ ଏଭଳି କିଛି ଆଶଙ୍କା କରି ପ୍ରଶାସନ ଆଗୁଆ ପଦକ୍ଷେପ ମାନ ନେଇ ଆସୁଛନ୍ତି । ଜିଲ୍ଲାରେ ଦୁଇଦିନିଆ ସଟ ଡାଉନ ଲାଗି ରହିଥିବାବେଳେ ଗାଡି ଚଳାଚଳକୁ ବନ୍ଦ କରିଦିଆଯାଇଛି ।ଦୋକାନ ବଜାର ଉପରେ ଥିବା କଟକଣା କୋହଳ କରି ଲୁଗା ଓ ଷ୍ଟେସନାରୀ ଦୋକାନ ଖୋଲିବାକୁ ଅନୁମତି ମିଳିଛି । ପ୍ରଶାସନର ନୀୟମକୁ ଅନେକ ପାଳନ କରୁଥିବା ବେଳେ ଆଉ କିଛି ଫୁ କରିଦେଇଥିବାର ଦେଖିବାକୁ ମିଳିଛି । ଆଉ ତାହାର ଫଳ ଅନ୍ୟକୁ ଭୋଗିବାକୁ ପଡୁଛି । ଗଂଜାମ ଜିଲ୍ଲାରେ କରୋନା ସ୍ଥିତି ଧିରେ ଧିରେ ବିଗିଡିବାରେ ଲାଗିଛି । ଚମକାଇ ଦେବା ପରି ଗୋଟାଏ ଦିନରେ ୨୮୩ ସଂକ୍ରାଢ଼ଣ ଚିହ୍ନଟ ହୋଇଥିବା ବେଳେ ଦୁଇଜଣଙ୍କର ମୁଣ୍ଡ ମଧ୍ୟ ଯାଇଛି ।
ଆଜିର ତାଲିକାକୁ ମିଶାଇଲେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା୧୮୫୦ରେ ପହଞ୍ଚଥିବାବେଳେ ମୃତ୍ୟୁ ସଂଖ୍ୟା୧୭ଛୁଇଁଛି । ଜୁନ ୨୧ତାରିଖରୁ ଜୁଲାଇ ୨ ତାରିଖ ୧୨ଦିନ ଭିତରେ ୧୧ଜଣଙ୍କ ମୁଣ୍ଡ ଯାଇଥିବା ବେଳେ ଆଜିର ତାଲିକାରେ ୪୯ଜଣ କରୋନା ଯୋଦ୍ଧା ସଂକ୍ରମଣ ହୋଇଥିବାବେଳେ ୨୧୬ଜଣ ସାଧାରଣ ଲୋକ ସଂକ୍ରମଣ ହୋଇଛନ୍ତି । ସେହିପରି ମାତ୍ର ୧୮ଜଣ ପ୍ରବାସୀ ଓଡିଆ ସଂକ୍ରମିତ ହୋଇଛନ୍ତି । ଆଜିର ତାଲିକାକୁ ମିଶାଇ ଗତ ୧୬ଦିନର ତାଲିକାକୁ ଦେଖିଲେ କରୋନା ଯୋଦ୍ଧାଙ୍କ ସଂଖ୍ୟା ୨୬୧ ଛୁଇଁଥିବା ବେଳେ କରୋନା ସଂଷ୍ପର୍ଶରେ ଆସି ୭୮୯ଜଣ ସଂକ୍ରମିତ ହୋଇଥିବା ବେଳେ ପ୍ରବାସୀ ଓଡିଆଙ୍କ ସଂଖ୍ୟା ୧୦୬ରେ ସୀମିତ ହୋଇଯାଇଛି । ଲୋକଙ୍କ ଅବହେଳା ଯୋଗୁଁ ସଂଖ୍ୟା ବଢୁଛି । ଏଣୁ ସମସ୍ତେ ଯଦି ମାସ୍କ ପରିଧାନ ସହ ନିୟମ ପାଳିବେ, ତାହେଲେ କରୋନା କୁ ହରାଇ ହେବ ।