Odisha news

ଟାଙ୍ଗଣାପଲ୍ଲୀ ପଲ୍ଲାରେ ରୋଟାରୀ କ୍ଳବ ଓ ପୁରାତନ ଛାତ୍ର ସଂସଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0

ଛତ୍ରପୁର   ୨୦/୯  : ସ୍ଥାନୀୟ ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଠାରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ଓ ଶ୍ରୀନୀଳକଣ୍ଠେଶ୍ବର ବିଦ୍ୟାପୀଠ ପୁରାତନ ଛାତ୍ର ସଂସଦର ମିଳିତ ସହଭାଗିତାରେ  ରାସ୍ତା ପାର୍ଶ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି ।ଏଇ କାର୍ଯ୍ୟକ୍ରମକୁ ବରିଷ୍ଠ ଗୁରୁ ଲକ୍ଷ୍ମୀ ନାରାୟଣ ଶତପଥୀ ପୂଜାର୍ଚ୍ଚନା  ସହ ବୃକ୍ଷ ରୋପଣ ଆରମ୍ଭ କରିଥିଲେ ।

ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ର ସଭାପତି ରଂଜିତ କୁମାର ପାତ୍ର, ପୂର୍ବତନ ସଭାପତି ପ୍ରଦୀପ କୁମାର ପଣ୍ଡା,ଛାତ୍ର ସଂସଦ ର ସଭାପତି ରୋଟାରୀଆନ୍ ଗଦାଧର ରାଉଳ,ପ୍ରଦୀପ ପଟ୍ଟନାୟକ, ଜୟନ୍ତ କୁମାର ପାତ୍ର,ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ଦାଶ  ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇ ସାମାଜିକ ସଚେତନତା ସୃଷ୍ଟି କରିଥିଲେ ।

କ୍ଳବର ସଂପାଦକ ତଥା ପୁରାତନ ଛାତ୍ର ସଂସଦର ସଂପାଦକ କାମରାଜୁ ମହାରଣା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଯୋଜନା କରି ପୂର୍ବତନ ଛାତ୍ର ମାନଙ୍କୁ  ବୃକ୍ଷ ରୋପଣ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ପୁରାତନ ଛାତ୍ର ସଂସଦର ସହ ସଂପାଦକ ତ୍ରିପତି ପ୍ରଧାନ, ସଭ୍ୟବୃନ୍ଦ ରଂଜିବ କୁମାର ବିଷୋୟି, ରାଜେନ୍ଦ୍ର ବିଷୋୟି, ରାଜୀବ ବିଷୋୟି,ପୁରୋହିତ ଅନ୍ତର୍ଯ୍ୟାମୀ ଶତପଥୀ,ନିରଞ୍ଜନ ସାହୁ,ପଦ୍ମ ଚରଣ ଦାସ ଏହି କାର୍ଯ୍ୟକ୍ରମରେ ସହାୟତା ଓ ସହଯୋଗ କରିଥିଲେ ।ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରୀ ସଭାପତି ପ୍ରକାଶ  ବିଷୋୟିଙ୍କ ପୃଷ୍ଠପୋଷକତାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସର୍ବ ସାଧାରଣରେ ଆଦୃତ ହୋଇଥିଲା ।କୋଭିଡ–19 ର ନିୟମ ଅନୁଯାୟୀ ଏଇ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

Nalco
Leave A Reply