ଛତ୍ରପୁର : ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଏନଏସି ର ଦୋକାନୀ ମାନେ ପଞ୍ଚସୂତ୍ରୀ ନିୟମାବଳୀ କଡାକଡି କାର୍ଯ୍ୟକାରୀ କରୁଛନ୍ତି କି ନାହିଁ ତାହା ନେଇ ଗୁରୁବାର ସନ୍ଧ୍ୟାରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଚାଲି ଚାଲି ଦୋକାନ କୁ ଦୋକାନ ବୁଲି ଏହାର ତଦାରଖ କରିବା ସହ ଦୋକାନୀ ଏବଂ ଲୋକଙ୍କ ମାନଙ୍କୁ କୋଭିଡ -୧୯ ନୀୟମ ମାନି ଚଳିବା ନିମନ୍ତେ ସଚେତନତ କରିଥିଲେ । ଯାହାଫଳରେ କରୋନା ହାରିବ ଗଂଜାମ ଜିତିବ ବୋଲି ମଧ୍ୟ ବୋଲି କହିଥିଲେ ।
ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟିଙ୍କ ନେତୃତ୍ୱରେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ, ଛାତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ପ୍ରମୁଖ ସହରର ଅପରବସଷ୍ଟାଣ୍ଡ ଠାରୁ ମେଇନ୍ ରୋଡ୍ ଦେଇ ରିକାପଲ୍ଲୀ ଛକ ପର୍ଯ୍ୟନ୍ତ ସମସ୍ତ ଦୋକାନ ଗୁଡିକୁ ଯାଞ୍ଚ କରିଥିଲେ । ଦୋକାନୀ ବ୍ୟବସାୟ ବେଳେ ସାମାଜିକ ଦୂରତା, ବ୍ୟାରିକେଡ, ଠିକଣା ଡାଏରୀ, ମାସ୍କ୍, ସାନିଟାଇଜର ଆଦି କୋଭିଡ୍-୧୯ ପଞ୍ଚସୂତ୍ରୀ ନିୟମକୁ କଡାକଡି ପାଳନ କରୁଛନ୍ତି କି ନାହିଁ ଯାଞ୍ଚ ହୋଇଥିଲା ।
ଯେଉଁ ଦୋକାନୀ ଏହି ନିୟମ ଗୁଡିକ ପାଳନରେ ବେଖାତିର କରିଥିଲେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ତାଗିଦ୍ କରାଯାଇଛି । ପରବର୍ତ୍ତୀ ସମୟରେ ଏହି ନିୟମକୁ କଡାକଡି ପାଳନ ନ କଲେ ଦୋକାନ୍ ସିଲ୍ କରାଯିବ ବୋଲି ମଧ୍ୟ ସଂପୃକ୍ତ ଦୋକାନୀମାନଙ୍କୁ ଚେତାବନୀ ଦିଆଯାଇଥିଲା । ଆଜି ସମୁଦାୟ ୭୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ଛତ୍ରପୁର ତହସିଲଦାର ଶ୍ରୀ ଭୋଇ କହିଛନ୍ତି ।
