ଛତ୍ରପୁର ୨୧/୬ : ଅନ୍ତର୍ଜାତୀୟ ଯୋଗ ଦିବସ ଅଵସରରେ ପତାଞ୍ଜଳି ଯୁବ ଭାରତ ଓ ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ନରେନ୍ଦ୍ରପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସର ରେ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ତଥା ପତାଞ୍ଜଳି ଯୁବ ଭାରତ ଜିଲ୍ଲା ସଭାପତି ବରୁଣ କୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ଏଥିରେ ନରେନ୍ଦ୍ରପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଯୋଗ ଅଭ୍ୟାସ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ପତାଞ୍ଜଳି ଯୋଗ ଗୁରୁ ୟୋଗି ଲିପକ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। କ୍ରିଷ୍ଣା ଚନ୍ଦ୍ର ଜେନା, ପବିତ୍ର ଶତପଥି, ରୂପେଶ ପାଣିଗ୍ରାହୀ, ପତାଞ୍ଜଳି ଯୁବ ଭାରତ ସମ୍ପାଦକ ଧର୍ମା ଆଚାରି, ଏମ ମାଧୁରୀ, ଆର ଡିଲେଶ୍ୱରୀ, ମୃତୁଞ୍ଜୟ ଜେନା, ଲଳିତ ଜେନା ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଆୟୋଜନ କରିଥିଲେ।