ଛତ୍ରପୁର,୨୦/୬ : ସଟ୍ ଡାଉନ ଆରମ୍ଭ ହୋଇଛି । ଜିଲାରେ ଅଧିକ କରୋନା ପ୍ରଭାବିତ ହୋଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶନି ଓ ରବିବାର ଦୁଇଦିନ ସଟ ଡାଉନ ପାଇଁ ପୂର୍ବରୁ ଘୋଷଣା କରାଯାଇଛି ।
ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିୟମ କୁ କଡାକଡି ପାଳନ କରାଯାଉଛି । ଜିଲ୍ଲାର ପ୍ରବେଶ ପଥ, ସହର ଓ ଗ୍ରାମାଞ୍ଚଳରେ ପୁଲିସ ପକ୍ଷରୁ କଡାକଡି ଯାଞ୍ଚ କରାଯାଉଛି । କୈାଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ସଟ ଡାଉନ ଯୋଗୁ ରାସ୍ତାଘାଟ ଖାାଁ ଖାଁ ରହିଛି । ତେବେ ସଟ ଡାଉନର ପ୍ରଭାବରେ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଓ ଆଖ ପାଖ ଅଂଚଳରେ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ପଡିଥିବା ଦେଖିବାକୁ ମିଳିଛି । ସହରର ବିଭିନ୍ନ ରାସ୍ତା ଘାଟ ଖାଁ ଖାଁ ସହ ଦୋକାନ ବଜାର , ବନ୍ଦ ରହିଛି l
ବିଭିନ୍ନ ସାହିର ଗଳି କନ୍ଦିରେ ମଧ୍ୟ ଜନ ଶୂନ୍ୟ ରହିଥିବା ଦେଖିବାକୁ ମିଳିଛି । ସମସ୍ତେ ନିଜ ନିଜ ଘରେ ରହିଥିବା ଜଣାପଡିଛି । ଜିଲ୍ଲାରେ କୋରନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୫୩ରେ ପହଞ୍ଚିଛି । ସେଥି ମଧ୍ୟରୁ ୬୪୧ଜଣ ସୁସ୍ଥ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ହୋଇଛି ।