Odisha news

ଛତ୍ରପୁର : କୋଭିଡ୍ ଯୋଦ୍ଧା ତଥା ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ଭିକାରିପଲ୍ଲୀ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧନା

0

ଛତ୍ରପୁର: କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ସୁଚାରୂ ରୂପେ ଦାୟିତ୍ୱ ସଂପାଦନ କରୁଥିବା  ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଞ୍ଚାୟତ ପକ୍ଷରୁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟରେ ସମ୍ବର୍ଦ୍ଧିତ କରାଯାଇଛି । ପଞ୍ଚାୟତ ଅଧୀନରେ ଥିବା  ସମସ୍ତ ଆଶା  ଓ  ଅଙ୍ଗନବାଡି କର୍ମୀ ମାନେ ସେମାନଙ୍କ ଦାୟିତ୍ୱକୁ ଉତ୍ତମ ଭାବେ ପରିଚାଳନା କରିଥିବାରୁ ପଞ୍ଚାୟତ ତରଫରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଦିଆଯାଇଛି ।  ଏହାସହ ସେମାନେ ଦିନରାତି ଏକ କରି ପଞ୍ଚାୟତବାସୀଙ୍କ ସୁରକ୍ଷା ନିମନ୍ତେ କାର୍ଯ୍ୟକରୁଛନ୍ତି ଯାହାଫଳରେ ଏପର୍ଯ୍ୟନ୍ତ ପଞ୍ଚାୟତରେ କରୋନା ଭୂତାଣୁ ପ୍ରବେଶ କରିପାରିନି  ବୋଲି ଭିକାରୀ ପଞ୍ଚାୟତ ସରପଞ୍ଚ ଧବଳେଶ୍ୱର ପ୍ରଧାନ  ନିଜବକ୍ତବ୍ୟରେ କହିଥିଲେ ।

ସରପଞ୍ଚ ଶ୍ରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଯୁବନେତା  ବିଭୂତି ପ୍ରସାଦ ସୁବୁଦ୍ଧି (ବୁୁଲୁ) ଏବଂ ସମ୍ମାନିତ ଅତିଥି ଭାବେ ବିଜେଡି ଯୁବ ନେତା କେ.ଜଗନ୍ନାଥ ପାତ୍ର, ସମିତି ସଭ୍ୟ ଭାଗିରଥୀ ପ୍ରଧାନ, ବିଜୁ ଯୁବ ବାହିନୀର ବ୍ଲକ ସଂଯୋଜକ ପଙ୍କଜ କୁମାର ଦାଶ,  ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ସେଠୀ, ନୋଡାଲ ଅଫିସର ଚନ୍ଦ୍ର ଶେଖର ପ୍ରଧାନ , ୱାର୍ଡ ମେମ୍ବର ପ୍ରତାପ ଗୈାଡ ଓ ବାବୁଲା ସାହୁ, ଅଲେଖ ବେହେରା ପ୍ରମୁଖ ଯୋଗଦେଇ କରୋନା ଯୋଦ୍ଧା ତଥା ଅଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି ।  ସଭା କାର୍ଯ୍ୟ କୁ ଶିକ୍ଷକ ବି.ସୋମେୟା ପାତ୍ର ପରିଚାଳନା କରିଥିବା ବେଳେ  ଗ୍ରାମାବସୀ ମାନେ ସହଯୋଗ କରିଥିଲେ । ପୂର୍ବରୁ ପଞ୍ଚାୟତ ପକ୍ଷରୁ ପଞ୍ଚାୟତର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

Leave A Reply